ସିଡନି: ନୂତନ ବର୍ଷରେ ସାରା ବିଶ୍ବର ହୃଦୟ ଜିତିବାରେ ସଫଳ ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର। ସିଡନି କ୍ରିକେଟ୍ ଷ୍ଟାଡିୟମ (ଏସ୍ସିଜି)ରେ ଜଣେ ୮୦ ବର୍ଷ ବୟସ୍କ ଦିବ୍ୟାଙ୍ଗଙ୍କୁ ଦଳର ପ୍ରଶିକ୍ଷଣ ଟୋପି ପ୍ରଦାନ କରିଥିଲେ ଲାଙ୍ଗର। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ବୁଧବାର ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡିବା ସହ ଏହି ବରିଷ୍ଠ ପ୍ରଶଂସକଙ୍କ ନାମ ବିଲ୍ ଡିନ୍ ବୋଲି ସୂଚନା ଦେଇଥିଲା। ନ୍ୟୁ ସାଉଥ୍ ୱେଲ୍ସର ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣାରେ ବିଲ୍ ଡିନ୍ ପୀଡିତ ବୋଲି ସିଏ ପକ୍ଷରୁ କୁହାଯାଇଛି। ଏହି ଅଗ୍ନିକାଣ୍ଡ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କର ଜୀବନ ନେଇସାରିଥିବା ବେଳେ ୨୦୦ରୁ ଅଧିକ ଘର ଭସ୍ମ କରିଛି। ଶୁକ୍ରବାରଠୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ଏସ୍ସିଜିରେ ଦ୍ବିତୀୟ ଟେଷ୍ଟ୍ ଆରମ୍ଭ ହେବାକୁଥିବା ବେଳେ ସେଠାରେ ଉଭୟ ଦଳ ଅଭ୍ୟାସ କରୁଛନ୍ତି। ନିଆଁରେ ପୀଡିତ ହେବା ପରେ ବି ଡିନ୍ ଅଭ୍ୟାସ ଦେଖିବା ପାଇଁ ଆସିଥିଲେ ଏବଂ ଲାଙ୍ଗର ତାଙ୍କ ସହ ବିଶେଷ ସମୟ ବିତାଇଥିଲେ। ଏହି ଅବସରରେ ଲାଙ୍ଗର ଦଳର ପ୍ରଶିକ୍ଷଣ ଟୋପି ଡିନ୍ଙ୍କୁ ଦେଇଥିଲେ। ଡିନ୍ ମଧ୍ୟ ଲାଙ୍ଗରଙ୍କୁ ଧନ୍ୟବାଦ୍ ଦେଇଥିଲେ। ଲାଙ୍ଗରଙ୍କ ଏଭଳି ମହାନତାକୁ ସାରା ବିଶ୍ବ ପ୍ରଶଂସା କରିଛି।
ଦିବ୍ୟାଙ୍ଗ ବୃଦ୍ଧଙ୍କୁ ପ୍ରଶିକ୍ଷଣ କ୍ୟାପ୍ ଦେଇ ହୃଦୟ ଜିତିଲେ ଲାଙ୍ଗର
/sambad/media/post_attachments/wp-content/uploads/2020/01/Langer-Gives-Cap-to-Old-Man_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)