ମିଲାନ: ଜୁଭେଣ୍ଟସ୍ ଲଗାତାର ନବମ ଥର ଲାଗି ସିରିଜ-ଏ’ ଫୁଟ୍ବଲ୍ ଲିଗ୍ ମୁକୁଟ କରାୟତ୍ତ କରିଛି। ରବିବାର ମ୍ୟାଚ୍ରେ ଏହି ଦଳ ୨-୦ ଗୋଲ୍ରେ ସାମ୍ପଡୋରିଆକୁ ପରାସ୍ତ କରିଥିଲା। ତୁରିନ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ (୪୫ ମିନିଟ୍) ଜୁଭେଣ୍ଟସ୍ ପକ୍ଷରୁ ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ଫେଡରିକୋ ବର୍ନାରଡେସ୍ଚି (୬୬ ମିନିଟ୍) ଆଉ ଏକ ଗୋଲ୍ ଦେଇଥିଲେ। ହେଲେ ଶେଷ ସମୟରେ ୫ଥରର ବାଲାନ ଡି’ଓର୍ ବିଜେତା ରୋନାଲ୍ଡୋ ଏକ ପେନାଲ୍ଟି ହାତଛଡ଼ା କରିଥିଲେ ମଧ୍ୟ ମୌରିଜିଓ ସାରିଙ୍କ ଦଳ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ଦଳ ଇଣ୍ଟର ମିଲାନଠୁ ୭ ପଏଣ୍ଟ୍ ଆଗରେ ରହି ୩୬ ଥର ଲାଗି ବିଜେତା ହେବାର ଗୌରବ ପାଇଥିଲା। ଜୁଭେଣ୍ଟସ୍ ପାଇଁ ସାରିଙ୍କ ଏହା ପ୍ରଥମ ସିରିଜ୍-ଏ’ ମୁକୁଟ। ୨୦୧୨ରୁ ଆଣ୍ଟୋନିଓ କୋଣ୍ଟେ ଜୁଭେଣ୍ଟସ୍ ପାଇଁ ଏହି ଟ୍ରଫି ଅଭିଯାନ ଆରମ୍ଭ କରିଥିଲା। ସେ ଲଗାତାର ୩ ଥର ବିଜେତା କରିବା ପରେ ଏହି ଧାରାକୁ ମାସିମିଲାନୋ ଆଲ୍ଜେରି ଜାରି ରଖିଥିଲେ ଏବଂ ଦଳକୁ ୫ ମୁକୁଟ ଭେଟି ଦେଇଥିଲେ।
ଜୁଭେଣ୍ଟସ୍ ଲଗାତାର ନବମ ଥର ଜିତିଲା ସିରିଜ୍-ଏ’ ମୁକୁଟ
/sambad/media/post_attachments/wp-content/uploads/2020/07/fxhfhfshsf4hsf4h98sh798sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)