ତୃତୀୟ ମହାରାଜା ଟ୍ରଫି ଜିତିଲା ଜୁଭେନାଇଲ୍‌ କ୍ରିକେଟ୍‌ ଏକାଡେମି

ଭୁବନେଶ୍ୱର: ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଚାଲିଥିବା ତୃତୀୟ ମହାରାଜା ଟ୍ରଫି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ୍‌ ଶେଷ ହୋଇଛି। ଫାଇନାଲ୍‌ରେ ରାମେଶ୍ୱର ଟିମ୍‌କୁ ୭୩ ରନ୍‌ରେ ହରାଇ ଜୁଭେନାଇଲ୍‌ କ୍ରିକେଟ୍‌ ଏକାଡେମି ବିଜେତା ହୋଇଛି। ଏହି ମ୍ୟାଚ୍‌କୁ ପରିଚାଳନା କରିଥିଲେ ପ୍ରଦୀନ ଜେନା ଓ ଶରତ କୁମାର ସାହୁ। ଏହି ଅବସରରେ ଏମ୍‌ ଡି ଆକ୍ରାମଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଟ୍ରଫି ଏବଂ ସିଦ୍ଧାନ୍ତ ଜେନାଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସୂର୍ଯ୍ୟକାନ୍ତ ମିଶ୍ର, ଅଶୋକ କୁମାର ମିଶ୍ର, ସ୍ମୃତି ରଞ୍ଜନ ମିଶ୍ର, ଜ୍ୟୋତି ରଞ୍ଜନ ଦାସ, ରୋହନ ରାଜୁ, କଳିଙ୍ଗ କେଶରୀ ରଥ, ସୁରଜିତ ମଙ୍ଗରାଜ, ଜୟଦର୍ଶୀ ନାୟକ, ବିଜୟ କୁମାର ଛୋଟରାୟ, ବିରଞ୍ଚି ନାରାୟଣ ମିଶ୍ର, ସୁଧୀର ପଟ୍ଟନାୟକ, ସୁଶାନ୍ତ କୁମାର ପଣ୍ଡା ଓ ସଙ୍ଗୀତା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର