ସେମିରେ ଜ୍ୟୋତି ମୋଟର୍ସ-ରାମେଶ୍ବର

ନବ ଦାଶ ସ୍ମାରକୀ କ୍ରିକେଟ୍‌

ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଚାଲିଥିବା ନବ ଦାଶ ସ୍ମାରକୀ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ସେମିଫାଇନାଲରେ ବୁଧବାର ପାରାମାଉଣ୍ଟ୍‌ ସ୍ପୋର୍ଟିଂ-ବିହାରିଲାଲ ଫାଇଟର୍ସ ଏବଂ ଜ୍ୟୋତି ମୋଟର୍ସ-ରାମେଶ୍ବର ସ୍ପୋର୍ଟିଂ ମୁକାବିଲା ହେବ। ମଙ୍ଗଳବାର ତୃତୀୟ କ୍ବାର୍ଟର ଫାଇନାଲ୍‌ରେ ଜ୍ୟୋତି ମୋଟର୍ସ ୧୭ ରନ୍‌ରେ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଆଲୋକ ସାହୁ (୬୯, ୩୮ ବଲ) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଫଳରେ ଅଭିନବ ଘୋଷ (୬୦) ଏବଂ ମାନସ ମହାପାତ୍ର (୩/୧୯)ଙ୍କ ପ୍ରଦର୍ଶନ ବେକାର ଯାଇଥିଲା। ଚତୁର୍ଥ କ୍ବାର୍ଟର ଫାଇନାଲ୍‌ରେ ରାମେଶ୍ବର ୨୪ ରନ୍‌ରେ ସ୍କାନ୍‌ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଦୀପକ ମଙ୍ଗରାଜ (୧୮ ବଲରୁ ୪୬ ରନ୍‌ ଏବଂ ୨/୧୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରାମେଶ୍ବର ପାଇଁ ରାକେଶ ଶର୍ମା (୪/୨୯) ମଧ୍ୟ ପ୍ରଭାବୀ ବୋଲିଂ କରିଥିଲେ।

ସମ୍ବନ୍ଧିତ ଖବର