କମାଲ୍‌ ଦେଖାଇଲେ ଜ୍ୟୋତିପ୍ରକାଶ

ଅନ୍ତର୍ଜାତୀୟ ସଫ୍‌ଟ ବେସ୍‌ବଲ୍‌ରେ ଭାରତକୁ ସ୍ୱର୍ଣ୍ଣ

ରୁପ୍‌ସା: ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ରେ ଗତ ୧ ତାରିଖରୁ ଆୟୋଜିତ ଅନ୍ତର୍ଜାତୀୟ ସଫ୍‌ଟ ବେସ୍‌ବଲ ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ୫ ଦେଶକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତ ୩-୦ରେ ଘରୋଇ ଥାଇଲାଣ୍ଡକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଭାରତର ବିଜୟ ପଛରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅନ୍ତର୍ଗତ ସିଂଲା ଗ୍ରାମର ଅମୂଲ୍ୟ ସାହୁଙ୍କ ଏକମାତ୍ର ପୁଅ ଜ୍ୟୋତିପ୍ରକାଶଙ୍କ ଉତ୍ତମ ପ୍ରଦର୍ଶନ ବିଶେଷ ଭୂମିକା ଗ୍ରହଣ କରିଥିଲା। ଜ୍ୟୋତି ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଅଧିନାୟକ ପଣ୍ଡିଚେରୀର ଷ୍ଟିଫେନ ବର୍ଗ ଜ୍ୟୋତିଙ୍କ ଉପରେ ବେଶ୍‌ ପ୍ରଭାବିିିତ ଥିଲେ। ଖେଳାଳିମାନେ ସ୍ୱଦେଶ ଫେରିବା ପରେ ଦିଲ୍ଲୀରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଧନା ଦିଆଯାଇଛି। ସେହିପରି ବାଲେଶ୍ୱରର ବାଲିଆପାଳ ଶାରୀରିକ ମହାବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଜ୍ୟୋତିଙ୍କୁ କ୍ରୀଡ଼ାଶ୍ରୀ ଉପାଧି ପ୍ରଦାନ କରିଛନ୍ତି। ସଫ୍‌ଟ ବେସ୍‌ବଲ୍‌ ପାଇଁ ଓଡ଼ିଶାରେ ବିଶେଷ ସୁବିଧା ସୁଯୋଗ ନଥିବା ବେଳେ ପ୍ରଶିକ୍ଷକ ନରୋତ୍ତମ ଦାସଙ୍କ ସହଯୋଗ ଓ ପ୍ରଚେଷ୍ଟା ଫଳରେ ସଫଳତା ଲାଭ କରିଥିବା ଜ୍ୟୋତିପ୍ରକାଶ କହିଛନ୍ତି।

ସମ୍ବନ୍ଧିତ ଖବର