କଟକ: ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାର ଶୁକ୍ରବାର ମ୍ୟାଚ୍ଗୁଡ଼ିକରେ ପୂର୍ବତଟ ରେଳବାଇ, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଂଜାମ, ପାରାଦୀପ, ଗଜପତି ଦଳ ବିଜୟୀ ହୋଇଛନ୍ତି। ଏମ୍ଜିଏମ୍ ସ୍ପୋର୍ଟସ କଂପ୍ଲେକ୍ସରେ ପୂର୍ବତଟ ରେଳବାଇ ୧୦ ରନ୍ରେ ଭୁବନେଶ୍ବର-ଏ’କୁ ହରାଇଛି। ଟସ୍ ହାରି ବ୍ୟାଟିଂ ପାଇଥିବା ପୂର୍ବତଟ ରେଳବାଇ ଦଳ ୭ ୱିକେଟ୍ ବିନିମୟରେ ୨୫୨ ରନ୍ କରିଥିଲା। ଜବାବରେ ଭୁବନେଶ୍ବର ଦଳ ୪୫ ଓଭରରେ ୯ ୱିକେଟ୍ ହରାଇ ୨୪୨ ରନ୍ କରିବାକୁ ସମର୍ଥ ହୋଇଥିଲା।
ବାରବାଟୀ ଷ୍ଟାଡିୟମରେ ଖୋର୍ଦ୍ଧା, ୮୭ ରନ୍ରେ କଟକ-ବି’କୁ ହରାଇଛି। ଖୋର୍ଦ୍ଧା ଦଳ ୪୩ ଓଭରରେ ୨ ୱିକେଟ୍ ହରାଇ ୨୪୪ ରନ୍ କରିଥିଲା। ଜ୍ୟୋତିରଂଜନ ବେହେରା ୧୩୪ ବଲ୍ରୁ ୧୨୪ ରନ୍ର ଅପରାଜିତ ଶତକୀୟ ପାଳି ଖେଳିଥିଲେ। ଜବାବରେ କଟକ ଦଳ ୩୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା। ରେଭେନ୍ସା ପଡିଆ-୧ରେ ସୁନ୍ଦରଗଡ଼ ୬ ୱିକେଟ୍ରେ ଭଦ୍ରକକୁ ହରାଇଛି। ଭଦ୍ରକ ଦଳ ୩୩.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୮୬ ରନ୍ କରିଥିଲା। ଜବାବରେ ସୁନ୍ଦରଗଡ଼ ୨୫.୪ ଓଭରରେ ୪ ୱିକେଟ୍ ହରାଇ ୮୯ ରନ୍ କରି ବିଜୟୀ ହୋଇଥିଲା। ରେଭେନ୍ସା ପଡିଆ-୨ରେ ଗଂଜାମ ୩ ୱିକେଟ୍ରେ କେନ୍ଦ୍ରାପଡାକୁ ହରାଇଛି।
କେନ୍ଦ୍ରାପଡା ୪୦.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ଜବାବରେ ଗଂଜାମ ୩୨.୩ ଓଭରରେ ୭ ୱିକେଟ୍ ହରାଇ ୧୪୧ ରନ୍ କରି ବିଜୟୀ ହୋଇଥିଲା। ସନ୍ସାଇନ୍ ପଡିଆରେ ପାରାଦୀପ ୭୧ ରନ୍ରେ ନୂଆପଡାକୁ ହରାଇଛି। ପାରାଦୀପ ୩୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା। ଜବାବରେ ନୂଆପଡା ଦଳ ୪୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୫ ରନ୍ କରିବାକୁ ସମର୍ଥ ହୋଇଥିଲା। ଅଡ଼ଶପୁର ପଡିଆରେ ଗଜପତି ୭୯ ରନ୍ରେ କନ୍ଧମାଳକୁ ହରାଇଛି। ଗଜପତି ୩୮ ଓଭରରେ ୮ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ଜବାବରେ କନ୍ଧମାଳ ୩୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୨ ରନ୍ କରିବାକୁ ସମର୍ଥ ହୋଇଥିଲା।