ବଡ଼ ପାଳି ଖେଳି ନପାରି ରାହୁଲ ନିରାଶ

ମାଞ୍ଚେଷ୍ଟର: ନିଜ ପାଳିକୁ ବଡ଼ ସ୍କୋର୍‌ରେ ପରିଣତ କରିପାରୁନଥିବାରୁ ଲୋକେଶ ରାହୁଲ ନିରାଶ ହୋଇଛନ୍ତି। ତଥାପି ଦଳ ପାଇଁ କିଛି କରିବାର ପ୍ରୟାସ କରୁଥିବାରୁ ଏଥିପାଇଁ ସେ ଚିନ୍ତିତ ନୁହଁନ୍ତି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ ମଧ୍ୟରେ ସେ ଯଥାକ୍ରମେ ୨୬, ୧୧*, ୫୭, ୩୦ ଓ ୪୮ ରନ୍‌ ସ˚ଗ୍ରହ କରିଛନ୍ତି। ଏଗୁଡ଼ିକ ମଧ୍ୟରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ପାଳିର ଶେଷ ଭାଗଆଡ଼କୁ ବ୍ୟାଟି˚ କରିବାକୁ ଆସିଥିଲେ ଏବ˚ ପିଚ୍‌ରେ ଜମିଯିବା ବେଳକୁ ପାଳି ଶେଷ ହୋଇଯାଇଥିଲା। ପ୍ରଥମ ୧୦ରୁ ୧୫ ଓଭର ପର୍ଯ୍ୟନ୍ତ ଖେଳିବା ପାଇଁ ସେ ଏବେ କଠିନ ପରିଶ୍ରମ କରୁଛନ୍ତି। ଜଣେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ୨୫ରୁ ୩୦ ରନ୍‌ ପାର‌୍‌ କରିବା କଷ୍ଟକର। ଯେତେବେଳେ ଏହି ରେଖା ପାର‌୍‌ କରିଯାଉଛି ଏବ˚ ମ୍ୟାଚ୍‌ର ଅଧିକ ସମୟ ପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ଆସୁଛି, ସେତେ ବେଳେ ତାହାକୁ ବଡ଼ ସ˚ଖ୍ୟାରେ ପରିଣତ କରିପାରୁନାହିଁ। ଯାହାକି ମୋତେ ନିରାଶ କରୁଛି ବୋଲି ଏହି କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ କହିଛନ୍ତି। ତେଣୁ ସେ ଯାହା ହାସଲ କରିପାରିନାହାନ୍ତି, ତାହାକୁ ପାଇବା ପାଇଁ ତ୍ରୁଟିକୁ ସୁଧାରିନେବେ ଏବ˚ ଯାହା ଘଟିଛି ତାହାକୁ ନେଇ ଅଧିକ ଚିନ୍ତା କରିବା ଆବଶ୍ୟକତା ନାହିଁ। ସେ ନିଜ ଭୁଲ ଜାଣିଛନ୍ତି, ସେଥିରୁ ସେ ଶିକ୍ଷାଲାଭ ମଧ୍ୟ କରିଛନ୍ତି। ତେଣୁ ଆଗକୁ କିଛି ଭଲ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି।

ଆଫଗାନିସ୍ଥାନର ଅଫ ସ୍ପିନର ମହମ୍ମଦ ନବିଙ୍କୁ ରିଭର୍ସ ସଟ୍‌ ଖେଳିବାକୁ ଯାଇ ସେ କ୍ୟାଚ୍‌ ଆଉଟ ହୋଇଥିଲେ ଏବ˚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଜାସନ ହୋଲ୍‌ଡରଙ୍କ ଆଗରେ ପଡ଼ିଥିବା ବଲ୍‌କୁ ଖେଳିବାରେ ସେ ବିଫଳ ହୋଇଥିଲେ। କିନ୍ତୁ ଆଫଗାନିସ୍ତାନ ବିପକ୍ଷରେ ଆଉଟ ହୋଇଥିବା ସଟ୍‌କୁ ସେ ଖରାପ ବୋଲି କହିନାହାନ୍ତି। ଏଭଳି ସଟ୍‌ ସେ ସବୁବେଳେ ଖେଳି ଆସିଛନ୍ତି। ଅଧିକା˚ଶ ସମୟରେ ଏଥିରୁ ବାଉଣ୍ଡରି ମିଳିନଥାଏ। ତଥାପି ଏହି ସଟ୍‌କୁ ଠିକ୍‌ ଭାବେ ଖେଳିପାରିନଥିଲି। କିନ୍ତୁ ଯେଉଁ ସମୟରେ ବିରାଟ କୋହଲିଙ୍କ ସହିତ ଭାଗୀଦାରି ଗଢ଼ିବାର ଥିଲା, ସେ ସମୟରେ ଏଭଳି ସଟ୍‌ ଖେଳିବା ଉଚିତ୍‌ ନଥିବା ରାହୁଲ ସ୍ବୀକାର କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଯଦିଓ ନିରାଶ ହୋଇଛି, ତଥାପି ବୋଲରମାନେ ଏଠାରେ ଭଲ ବଲ୍‌ ପକାଇବାକୁ ଆସିଛନ୍ତି। ମୋର ମଧ୍ୟ ଖେଳିବାରେ ତ୍ରୁଟି ଥିଲା। ଏହାକୁ ଅସ୍ବୀକାର କରାଯାଇ ପାରିବନି। ତେବେ ଏହାକୁ ଭୁଲି ବର୍ମି˚ହାମ୍‌ରେ କିପରି ବଡ଼ ସ୍କୋର୍‌ କରାଯାଇପାରିବ ତାହା ଉପରେ ଏବେ ଧ୍ୟାନ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି।

ତାଙ୍କୁ ମିଳିଥିବା ବ୍ୟାଟି˚ ସ୍ଥାନ ଉପରେ ସେ କହିଛନ୍ତି ଯେ ଶିଖର ଧାଵନଙ୍କ ଆହତ ଦୁର୍ଭାଗ୍ୟଜନକ ଏବ˚ ତାଙ୍କ ସ୍ଥାନରେ ମୋତେ ଶୀର୍ଷକ୍ରମରେ ବ୍ୟାଟି˚ କରିବାକୁ ସୁଯୋଗ ମିଳିଛି। କିନ୍ତୁ ଏଥିପାଇଁ ମୁଁ କେବେ ପ୍ରସ୍ତୁତ ନଥିଲି ବୋଲି କହିପାରିବେନି। ଗତ ଦୁଇ ବର୍ଷ ଧରି ଯେ କୌଣସି ସ୍ଥାନରେ ସୁଯୋଗ ମିଳିଲେ କିପରି ବ୍ୟାଟି˚ କରିହେବ ସେନେଇ ନିଜକୁ ପ୍ରସ୍ତୁତି କରିଆସୁଥିଲି। ବିଶ୍ବକପ୍‌ ପୂର୍ବରୁ ଚତୁର୍ଥ ସ୍ଥାନରେ ବ୍ୟାଟି˚ କରିବାକୁ ବହୁତ ପରିଶ୍ରମ ପରିବାକୁ ପଡ଼ିଥିଲା। କିନ୍ତୁ ଖେଳ ଜୀବନରେ ଏହି ସ୍ଥାନରେ କେବେ ବି ବ୍ୟାଟି˚ କରିନି। ତଥାପି ଏଠାରେ ୪ ନମ୍ବରରେ ବ୍ୟାଟି˚ କରିବାରେ ସଫଳ ହୋଇଥିଲି। ଏବେ ପୁଣି ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିଛି। ସବୁବେଳେ ମୁଁ ଏହିସ୍ଥାନରେ ଖେଳି ଆସିଥିବାରୁ ଏହା ମୋ ପାଇଁ ସହଜ ହୋଇଯିବ ବୋଲି ସେ କହିଛନ୍ତି। ତେବେ ଗତ ଦୁଇଟି ମ୍ୟାଚ୍‌ରେ ଭାରତର ବ୍ୟାଟି˚ ସେତେଟା ପ୍ରଭାବଶାଳୀ ନଥିଲା। କାରଣ ଉଭୟ ପିଚ୍‌ରୁ ରନ୍‌ ସ˚ଗ୍ରହ କରିବା ଏତେ ସହଜ ହେଉନଥିଲା। ଏପରିକି ଯେତେ ବେଳେ ମୁଁ ଓ ରୋହିତ ଶର୍ମା ବ୍ୟାଟି˚ କରୁଥିଲୁ ସେତେବେଳେ ଏହି ଵିକେଟରେ ୨୬୦ ପାଖାପାଖି ରନ୍‌ ହେବା ନେଇ ଡ୍ରେସି˚ରୁମ୍‌ରୁ ଜଣାଇ ଦିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର