ବୁଗୁଡ଼ା: ବୁଗୁଡ଼ା ପିପୁଲ୍ସ ଉଚ୍ଚ ବିଦ୍ୟାଳୟ ମିିନି ଷ୍ଟାଡିୟମରେ ଗଂଜାମ ଜିଲ୍ଲା କ୍ରୀଡ଼ା ସଂଘ ଓ ବୁଗୁଡ଼ା ଶ୍ରୀକର ଭଂଜ କ୍ରୀଡ଼ା ଏବଂ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ଚାଲିଥିବା ୪୪ତମ ରାଜ୍ୟସ୍ତରୀୟ କନିଷ୍ଠ ବାଳକ ଓ ବାଳିକା କବାଡ଼ି ପ୍ରତିଯୋଗିତାର ଦ୍ୱିତୀୟ ଦିନ ୪୨ ଲିଗ୍ ମ୍ୟାଚ୍ ଖେଳାଯାଇଥିଲା। ସେଥିମଧ୍ୟରୁ ବାଳିକା ବିଭାଗରେ ଭୁବନେଶ୍ୱର ଦଳ ତିନିଟି, କେନ୍ଦ୍ରାପଡ଼ା ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ସମ୍ବଲପୁର, କଟକ, କିଟ୍, ଗଂଜାମ, ଯାଜପୁର, ଖୋର୍ଧା, ଆର୍ଏସପି ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି। ବାଳକ ବିଭାଗରେ କେନ୍ଦ୍ରାପଡ଼ା, ସମ୍ବଲପୁର, ଭୁବନେଶ୍ୱର, ଢେଙ୍କାନାଳ, କିଟ୍, ଜଗତସିଂହପୁର, ପୁରୀ ଦଳ ଦୁଇଟି ଲେଖାଏଁ ଏବଂ ଗଂଜାମ, ନୟାଗଡ଼, ବାଲେଶ୍ୱର, ଝାରସୁଗୁଡ଼ା, ଦେଓଗଡ଼ ଓ ଯାଜପୁର ଗୋଟିଏ ଲେଖାଏଁ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି।
ରାଜ୍ୟସ୍ତରୀୟ କବାଡ଼ି: ଦ୍ୱିତୀୟ ଦିନ ଭୁବନେଶ୍ୱରର ଆଧିପତ୍ୟ
/sambad/media/post_attachments/wp-content/uploads/2017/09/Kabaddi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)