ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ହରିଆନାର ସିରସାଠାରେ ସର୍ବଭାରତୀୟ ବେସାମରିକ କବାଡି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାଗ ନେବା ପାଇଁ ୧୪ ଜଣିଆ ଓଡିଶା ଦଳ ଘୋଷିତ ହୋଇଛି। ରାଜ୍ୟ ସଚିବାଳୟରୁ ହର ପ୍ରସାଦ ବିଶ୍ୱାଳ (ଅଧିନାୟକ) ମନୋନୀତ ହୋଇଥିଲା ବେଳେ ଗଣେଶ ଭିତିରିଆ ଓ ତପନ ପ୍ରଧାନ (ଜଳ ସମ୍ପଦ ବିଭାଗ), ଅକ୍ଷୟ ପରିଡା ଓ ନରେନ୍ଦ୍ର କୁମାର ଦାସ (ଅର୍ଥ ବିଭାଗ), ଚିନ୍ମୟ କୁମାର ପ୍ରଧାନ, ସୁଚିତ୍ର ଖାଟୋଇ, ଜୟନ୍ତ କୁମାର ରାୟ ଓ ରାମଚନ୍ଦ୍ର ସାହୁ (ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ), ହରିହର ଦାସ (ଡିଇଓ ପୁରୀ), ସ୍ୱରାଜ୍ୟ କେଶରୀ ମହାନ୍ତି (ଡିଇଓ ନବରଙ୍ଗପୁର) ଏବଂ ଲିଙ୍ଗରାଜ ସାହୁ (ଡିଇଓ ଗଜପତି) ସାମିଲ ହୋଇଛନ୍ତି। ଜୟନ୍ତ କୁମାର ମହାନ୍ତି (ସୁଚନା ଓ ଲୋକ ସମ୍ପର୍କ ବିଭାଗ) ଦଳର ପ୍ରଶିକ୍ଷକ ଏବଂ ସୁରେଶ ଚନ୍ଦ୍ର ଷଢଙ୍ଗୀ (ସରକାରୀ ଉଦ୍ୟୋଗ ବିଭାଗ) ଦଳର ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଦଳ ଆସନ୍ତା ୬ ତାରିଖ ଦିନ ସିରସା ଯାତ୍ରା କରିବ।
ସର୍ବଭାରତୀୟ ବେସାମରିକ କବାଡି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2018/02/download-1-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)