କବାଡ଼ି ବିଶ୍ବକପ୍‌ ସେମିରେ ଭାରତ ଓ ପାକିସ୍ତାନ

ଲାହୋର: ପାକିସ୍ତାନରେ ଆୟୋଜିତ କବାଡ଼ି ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଭାରତ ଓ ପାକିସ୍ତାନ ସ୍ଥାନ ପକ୍କା କରିନେଇଛନ୍ତି। ଫୈସଲାବାଦର ଇକ୍‌ବାଲ ଷ୍ଟାଡିୟମ୍‌ରେ ଗୁରୁବାର ପୁଲ୍‌-ଏ’ର ଏକ ମ୍ୟାଚ୍‌ରେ ଇରାନକୁ ୫୦-୩୯ ପଏଣ୍ଟ୍‌ରେ ପରାସ୍ତ କରି ଭାରତ ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ ପୁଲ୍‌-ବି’ରେ ପାକିସ୍ତାନ ୬୨-୨୫ରେ ଅନଭିଜ୍ଞ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲ ଯୋଗ୍ୟତା ହାସଲ କରିଛି। ତେବେ ଉଭୟ ପରାଜିତ ଦଳ ଇରାନ ଓ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଇରାନ ବିପକ୍ଷରେ ପ୍ରଥମାର୍ଧରେ ୨୬-୨୩ରେ ଆଗୁଆ ଥିବା ଭାରତ ଦ୍ବିତୀୟାର୍ଧରେ ହିଁ ବ୍ୟବଧାନ ବଢ଼ାଇଥିଲା। ଦୀପକ କାଶି, ନଭ୍‌ଜୋତ୍‌ ସିଂହ ଜୋଟା, ବିନୟ ଖତ୍ରୀ ଓ ଅର୍ଶ ଝୋଲା ଭାରତ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଶୁକ୍ରବାର ଆୟୋଜକ ପାକିସ୍ତାନ-ଆଜରବୈଜାନ ଏବଂ ଭାରତ- ଇଂଲଣ୍ଡ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର