ଜୁନ୍‌ ୨ରୁ ଢେଙ୍କାନାଳରେ କବାଡ଼ି ରେଫରି ପରୀକ୍ଷା

କଟକ: ଆସନ୍ତା ଜୁନ୍‌ ୨ ତାରିଖରେ ଢେଙ୍କାନାଳ ଜିଲ୍ଲା ମହେନ୍ଦ୍ରପୁରସ୍ଥିତ ଦାଣ୍ତମାଳ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟ କବାଡ଼ି ରେଫରି ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ନିଜର ପରିଚୟ ପତ୍ର, ଶିକ୍ଷାଗତ ଯୋଗ୍ୟତା ଓ ଦୁଇଟି ଫଟୋ ସହ ପରୀକ୍ଷା ଫି’ ଦାଖଲ କରି କେନ୍ଦ୍ରରେ ନାମ ପଞ୍ଜିକରଣ କରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ବିବରଣୀ ପାଇଁ ପରୀକ୍ଷା ସ˚ଯୋଜକ ଅଭିମନ୍ୟୁ ମଲ୍ଲିକ (୯୧୭୮୫୮୦୩୩୩) କିମ୍ବା ଓଡ଼ିଶା କବାଡ଼ି ସ˚ଘ ରେଫରି ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନ (୯୪୩୭୮୮୨୯୨୫) ନମ୍ବରରେ ଯୋଗାଯୋଗ କରିବାକୁ ରାଜ୍ୟ ସ˚ଘ ସମ୍ପାଦକ ଅଜୟ କୁମାର ବେହେରା ଜଣାଇଛନ୍ତି।

ସମ୍ବନ୍ଧିତ ଖବର