ଭୁବନେଶ୍ୱର: ରାଜ୍ୟର ଉଦୀୟମାନ ଟେନିସ୍ ପ୍ରତିଭା କବିର୍ ହଂସ ଶୁକ୍ରବାର ନିଜ ଖେଳ ଜୀବନରେ ନୂଆ ଶିଖରକୁ ଉଠିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନଠାରେ ଆୟୋଜିତ ୧୮ ବର୍ଷରୁ କମ୍ କନିଷ୍ଠ ଆଇଟିଏଫ୍ (ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍)ର ଫାଇନାଲ୍କୁ ଉଠିବାରେ ପ୍ରଥମ ଓଡ଼ିଆ ହୋଇଛନ୍ତି। ସେମିଫାଇନାଲ୍ରେ କବିର ଥାଇଲାଣ୍ଡ୍ର ମାଇକେଲ୍ ମାଥାୟାଚାନ୍ଦଙ୍କୁ ୬-୪, ୬-୪ରେ ପରାସ୍ତ କରିଥିଲେ। ଏହି ଭୁବନେଶ୍ୱର ବାଳକ ଫାଇନାଲ୍ରେ ଶନିବାର ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ନାଇଥାଓଲିନ କାଲଭିନଙ୍କୁ ଭେଟିବେ। ଭୁବନେଶ୍ୱରରେ ଏସ୍ଏସ୍ ଟେନିସ୍ ଏକାଡେମିରେ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କଠାରୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିବା କବିର ପରବର୍ତୀ ସମୟରେ ଫାରହାନ୍ ଅଲୀଙ୍କଠାରୁ ଖେଳ ଶିଖିଥିଲେ। ଅଦ୍ୟାବଧି ଆଇଟା ସର୍କିଟରେ ୭ଟି ଏକକ ଟ୍ରଫି ସହିତ ସେ ମୋଟ ୧୦ ମୁକୁଟ ହାସଲ କରି ସାରିଛନ୍ତି। ଗତ ମାସରେ ଭୁବନେଶ୍ୱରରେ ଆଇଟିଏଫ୍ ଫ୍ୟୁଚର୍ସ ପ୍ରତିଯୋଗିତା ଅବସରରେ ରାଜ୍ୟ ସରକାର କବିରଙ୍କୁ ୫୦,୦୦୦ ଟଙ୍କା ସହ ପ୍ରୋତ୍ସାହିତ କରିଥିଲେ।
କବିର ରଚିଲେ ଇତିହାସ
କନିଷ୍ଠ ଆଇଟିଏଫ୍ ଫାଇନାଲ୍କୁ ଉନ୍ନୀତ
/sambad/media/post_attachments/wp-content/uploads/2018/03/111-Kabir-Hans.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)