ଆଇପିଏଲ ନିଲାମ ଅପେକ୍ଷା ଏହି ସୁନ୍ଦରୀ ଯୁବତୀଙ୍କୁ ନେଇ ଅଧିକ ଚର୍ଚ୍ଚା

କୋଲକାତା: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପାଇଁ ଖେଳାଳି ନିଲାମ ଗୁରୁବାର ଅନୁଷ୍ଠିତ ହୋଇଥିଲା । ସବୁ ଫ୍ରାଞ୍ଚାଇଜ ନିଜ ନିଜ ରଣନୀତି ହିସାବରେ ଖେଳାଳିମାନଙ୍କୁ କିଣିଛନ୍ତି | ନିଲାମ ସମୟରେ ସନରାଇଜର୍ସ ହାଇଦ୍ରାବାଦର ଟେବୁଲରେ ଜଣେ ସୁନ୍ଦରୀ ତରୁଣୀ ବସିଥିବାର ଦେଖିବାକୁ ମିଳିଥିଲା | ଯିଏ କି ନିଜ ଦଳ ପକ୍ଷରୁ ଖେଳାଳିଙ୍କ ଉପରେ ମୂଲ୍ୟ ମୂଲଚାଲ କରୁଥିବାର ଦେଖିବାକୁ ମିଳିଥିଲା | ଏହି ଯୁବତୀଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବାବେଳେ ଇଣ୍ଟରନେଟରେ ଏବେ ସମସ୍ତେ ଖୋଜୁଛନ୍ତି |

Photo-AmarUjala

ଆଜି ଆମେ ଆପଣଙ୍କୁ କହିବୁ କିଏ ସେହି ସୁନ୍ଦରୀ ଯୁବତୀ, ଯିଏ କି ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳାଳି ଚୟନ କରୁଥିଲେ | ତାଙ୍କ ନାମ ହେଉଛି କାବ୍ୟା ମାରନ | କାବ୍ୟା ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକ କଳାନିଧି ମାରନଙ୍କ ଝିଅ | ସେ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ସମୟରେ ନିଜ ଟିମକୁ ଚିୟର କରୁଥିବାର ଦେଖିବାକୁ ମିଳିଥାଏ |

କଳାନିଧି ସନ ଟେଲିଭିଜନ ନେଟୱାର୍କର ମାଲିକ ହୋଇଥିବାବେଳେ କାବ୍ୟା ଏବେ ନିଜ ବାପାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ସମ୍ଭାଳୁଛନ୍ତି | କାବ୍ୟା ଏମିତି ଜଣେ କ୍ରିକେଟ ଫ୍ୟାନ ଯିଏ କି ପ୍ରତି ମ୍ୟାଚରେ ଷ୍ଟାଡିୟମରେ ଦେଖିବାକୁ ମିଳିଥାନ୍ତି | ଆଇପିଏଲ-୨୦୨୦ ନିଲାମୀ ସମୟରେ ସନରାଇଜର୍ସ ହାଇଦ୍ରାବାଦ କୌଣସି ବଡ ଖେଳାଳିଙ୍କୁ କିଣି ନାହିଁ | ଡେଭିଡ ୱାର୍ନରଙ୍କ ଅଧିନାୟକତ୍ୱରେ ଆଇପିଏଲ ବିଜେତା ହୋଇଥିବା ହାଇଦ୍ରାବାଦ ଟିମ ଏଥର କେନ ବିଲିୟମ୍ସନଙ୍କ ଅଧିନାୟକତ୍ୱରେ ଏଥର ପଡିଆକୁ ଓହ୍ଲାଇବ |

ସମ୍ବନ୍ଧିତ ଖବର