ମୁମ୍ବାଇ: ଶୁବମନ୍ ଗିଲ୍ଙ୍କୁ ଟେଷ୍ଟ୍ ଭଳି ଦିନିକିଆରେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍। ଏହି ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଗିଲ୍ ନିଜ ନେତୃତ୍ବ ଦକ୍ଷତା ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାରେ ଦେଖାଇ ସାରିଛନ୍ତି। ଜଟିଳ ପରିସ୍ଥିତିରେ ଶାନ୍ତ ରହି ସବୁ ଚାପର ସଠିକ୍ ମୁକାବିଲା କରିଛନ୍ତି। ରୋହିତ ଶର୍ମା କେତେ ଦିନ ଏକଦିବସୀୟ ଅଧିନାୟକ ରହିବେ, ତାହା ଆମକୁ ଜଣାନାହିଁ। ଏଣୁ ସମୟାନୁକ୍ରମେ ଗିଲ୍ ହିଁ ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେବେ।
ଏଥିପାଇଁ ସେ ପୂରା ପ୍ରସ୍ତୁତ ମଧ୍ୟ। ଗିଲ୍ ମଧ୍ୟ ଧଳା ବଲ୍ରେ ବହୁତ ରନ୍ କରିଛନ୍ତି। ଚାପରେ ବ୍ୟକ୍ତିଗତ ଭାବେ ଭଲ କରିବା ସହ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାରେ ଆଗରେ ରହି ଦଳକୁ ବଳିଷ୍ଠ ନେତୃତ୍ବ ଦେଇଛନ୍ତି। ଜଣେ ଅଧିନାୟକ ଭାବେ ଆପଣଙ୍କୁ ଦଳ ପରିଚାଳନା, ରଣନୀତି ପ୍ରସ୍ତୁତି, ଏହାର ରୂପାୟନ ସହ ବ୍ୟକ୍ତିଗତ ପ୍ରଦର୍ଶନ ଦ୍ବାରା ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ପଡ଼ିଥାଏ। ଏସବୁରେ ଗିଲ୍ ପୂରା ନମ୍ବରରେ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ଏଣୁ ଟେଷ୍ଟ୍ ଭଳି ଦିନିକିଆରେ ମଧ୍ୟ ଭାରତ ପାଇଁ ସେ ସଫଳତା ଆଣିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ବାସ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/07/hfshsfhhf-2025-08-07-01-57-00.jpg)