ମହିଳା ଚାଲେଞ୍ଜର ଟ୍ରଫିରେ କାଜଲ

କଟକ: ଆସନ୍ତା ୧୧ ତାରିଖରୁ ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା ପଣ୍ଡିଚେରୀଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଘୋଷଣା ହୋଇଥିବା ଇଣ୍ଡିଆ-ସି’ ଦଳରେ ଓଡ଼ିଶାରୁ କାଜଲ ଜେନା ମନୋନୀତ ହୋଇଛନ୍ତି। ଗତ ମାସରେ ଶେଷ ହୋଇଥିବା ୨୩ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ରେ ପ୍ରାରମ୍ଭିକ ଖେଳାଳି କାଜଲ ୭ ମ୍ୟାଚ୍‌ରୁ ୧୬୨ ରନ୍‌ ସ˚ଗ୍ରହ କରିଥିଲେ। ହିମାଚଳ ବିପକ୍ଷରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲା ବେଳେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୭, ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୯, ଚଣ୍ଡିଗଡ଼ ବିପକ୍ଷରେ ୪୨, ଗୋଆ ବିପକ୍ଷରେ ୧୦, ଛତିଶଗଡ଼ ବିପକ୍ଷରେ ୩୦ ଓ ବେଙ୍ଗଲ ବିପକ୍ଷରେ ୫୪ ରନ୍‌ ସ˚ଗ୍ରହ କରିଥିଲେ। କାଜଲଙ୍କ ଏହି ସଫଳତା ପାଇଁ ଓସିଏ ସମ୍ପାଦକ ସ˚ଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର