କଳାହାଣ୍ଡି କପ୍: ସିଦ୍ଧାର୍ଥଙ୍କୁ ୬ ୱିକେଟ୍

କଟକ: ‌ଓସିଏ ପକ୍ଷରୁ କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ଚାଲିଥିବା କଳହାଣ୍ଡି କପ୍‌ରେ ବାଲେଶ୍ବର ବିପକ୍ଷରେ କଟକ ଏ’, ଓଡ଼ିଶା ଇ’ ବିପକ୍ଷରେ ଝାରସଗୁଡା, ଓଡ଼ିଶା ସି’ ବିପକ୍ଷରେ ଓଡ଼ିଶା ଏ’, ଭଦ୍ରକ ବିପକ୍ଷରେ ଭୁବନେଶ୍ବର ଏ’, ଓଡ଼ିଶା ଏଫ୍‌ ବିପକ୍ଷରେ ପୂର୍ବତଟ ‌ରେଳବାଇ ଓ ଓଡ଼ିଶା ଡି’ ବିପକ୍ଷରେ ଓଡ଼ିଶା ବି’ ପାଳି ଅଗ୍ରଣୀ ପାଇ ବିଜୟୀ ହୋଇଛନ୍ତି। ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଭୁବନେଶ୍ବର ଏ’ର ସନ୍ଦୀପ ପଟ୍ଟନାୟକ (୨୦୬) ଭଦ୍ରକ ବିପକ୍ଷରେ ବ୍ୟକ୍ତିଗତ ଦ୍ବିଶତକ ଅର୍ଜନ କରିଥିଲା ବେଳେ ଓଡ଼ିଶା ଏ’ର ଟୁକୁନା ସାହୁ ୧୧୨, ଝାରସୁଗୁଡ଼ାର ରୋହନ ପ୍ରସାଦ ୧୦୦, ଓଡ଼ିଶା ବି’ର ପ୍ରତୀକ ଅନୁରାଗ ଦାସ ୧୪୧ ରନ୍‌ର ଶତକୀୟ ପାଳି ଖେଳିଛନ୍ତି। ବୋଲରଙ୍କ ମଧ୍ୟରେ କଟକ ଏ’ର ସିଦ୍ଧାର୍ଥ ସିହ୍ନା ବାଲେଶ୍ବର ବିପକ୍ଷରେ ୬ ୱିକେଟ୍‌ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର