କଳାହାଣ୍ଡି କପ୍: ବଲାଙ୍ଗୀର, ବୌଦ୍ଧ ବିଜୟୀ

କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା କଳାହାଣ୍ଡି୍ କପ୍ କ୍ରିକେଟ ପ୍ରତିଯୋଗିତାର ମଙ୍ଗଳବାର ଦୁଇଟି ମ୍ୟାଚ୍‌ରେ ବଲାଙ୍ଗୀର ଓ ବୌଦ୍ଧ ବିଜୟୀ ହୋଇଥିବା ବେଳେ ଅନ୍ୟ ୪ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଅଡ଼ଶପୁର ପଡ଼ିଆରେ ସମ୍ବଲପୁର ଓ ନବରଙ୍ଗପୁର ମ୍ୟାଚ୍‌କୁ ବର୍ଷା ଯୋଗୁଁ ବାତିଲ କରାଯାଇଥିଲା। ଡ୍ରିମ୍‌ସ ପଡିଆରେ ଅନୁଗୁଳ ଓ ବରଗଡ଼ ମ୍ୟାଚ୍‌, ସନସାଇନ୍ ପଡ଼ିଆରେ ଦେଓଗଡ଼ ଓ ‌ସୋନପୁର ମ୍ୟାଚ୍‌, ରେଭେନ୍‌ସା ପଡ଼ିଆରେ କୋରାପୁଟ ଓ କଳାହାଣ୍ଡି ମ୍ୟାଚ୍ ବାତିଲ ଅଧାରୁ ବାତିଲ କରାଯାଇଥିଲା। ତେବେ ଏମ୍‌ଜିଏମ୍ ପଡିଆରେ ଅନୁଷ୍ଠିତ ମ୍ୟାଚରେ ବୌଦ୍ଧ ୪ ୱିକେଟ୍‌ରେ କିଟକୁ ହ‌ରାଇଥିଲା।

ଟସ୍ ଜିତି ବ୍ୟାଟିଂ ନେଇଥିବା କିଟ୍‌ ୨୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୯୬ ରନ୍ କରିଥିଲା। ଜବାବରେ ବୌଦ୍ଧ ୨୯.୪ ଓଭରରେ ୬ ୱିକେଟ୍ ହ‌ରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ରେଭେନ୍‌ସା ପଡିଆ-୨ରେ ବଲାଙ୍ଗୀର ଡିଏଲଏସ୍ (ବର୍ଷା/ନିୟମ)ରେ ରାୟଗଡ଼ାକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ଟସ୍ ହାରି ବ୍ୟାଟିଂ ପାଇଥିବା ରାୟଗଡ଼ା ଦଳ ୨୧.୧ ଓଭରର ସମସ୍ତ ୱିକେଟ୍ ହରାଇ ୮୫ ରନ୍ କରିଥିଲା। ଜବାବରେ ବଲାଙ୍ଗୀର ୨୧ ଓଭରରେ ୪ ୱିକେଟ୍‌ ହରାଇ ୮୨ ରନ୍ କରିଥିଲା। ତେବେ ଡିଏଲଏସ୍ ପ୍ରଣାଳୀରେ ବଲାଙ୍ଗୀରକୁ ବିଜୟୀ ଘୋଷଣା କରାଯାଇଥିଲା। ବଲାଙ୍ଗୀରର ସତ୍ୟଜିତ ସିଂହଦେଓ ଏବଂ ବୌଦ୍ଧର ଶୋଭନଦେବ ବେହେରା ୫ ୱିକେଟ୍‌ ଲେଖାଏଁ ସଫଳତା ହାସଲ କରିଥିଲେ।

ସମ୍ବନ୍ଧିତ ଖବର