କଳାହାଣ୍ଡି କପ୍: ଦୁର୍ଗାଙ୍କ ଶତକ, ‌ସୌମେନ୍ଦ୍ରଙ୍କୁ ୬ ୱିକେଟ୍‌

ଝାରସୁଗୁଡା, ଯାଜପୁର, ରାଉରକେଲା, ଢେଙ୍କାନାଳ, ନୟାଗଡ଼, ପୁରୀ ବିଜୟୀ

କଟକ: ଅନ୍ତଃଜିଲ୍ଲା ସିନିଅର କଳାହାଣ୍ଡି କପ୍ କ୍ରିକେଟ୍‌ ପ୍ରତିଯୋଗିତାର ଗୁରୁବାର ମ୍ୟାଚରେ ଝାରସୁଗୁଡା, ଯାଜପୁର, ରାଉରକେଲା, ଢେଙ୍କାନାଳ, ନୟାଗଡ଼, ପୁରୀ ଦଳ ବିଜୟୀ ହୋଇଛନ୍ତି। ଏମଜିଏମ୍ ପଡିଆରେ ଝାରସୁଗୁଡା ୭ ୱିକେଟ୍‌ରେ କଟକ-ଏ’କୁ ହରାଇଛି। କଟକ ଦଳ ୩୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲା। ଜବାବରେ ଝାରସୁଗୁଡା ୩୦.୧ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୧୨ ରନ୍ରେ ପହଞ୍ଚି ଯାଇଥିଲା। ଡ୍ରିମ୍‌ସ ପଡିଆରେ ଯାଜପୁର ୯ ରନ୍‌ରେ ଭୁବନେଶ୍ବର-ବି’କୁ ହରାଇଛି। ଯାଜପୁର ଦଳ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୩ ରନ୍ କରିଥିଲା। ଜବାବରେ ଭୁବନେଶ୍ବର ଦଳ ୮ ୱିକେଟ୍ ହରାଇ ୨୬୪ ରନ୍ କରିଥିଲା।

ରେଭେନ୍‌ସା ପଡିଆରେ ରାଉ‌ରକେଲା ୩ ୱିକେଟ୍‌ରେ ବାଲେଶ୍ବରକୁ ହରାଇଛି। ବାଲେଶ୍ବର ୩୮.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୧ ରନ୍ କରିଥିଲା। ଜବାବରେ ରାଉରକେଲା ୪୫.୧ ଓଭରରେ ୭ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ‌ରେଭେନ୍‌ସା ପଡିଆ ନଂ-୨ରେ ଢେଙ୍କାନାଳ ୩ ୱିକେଟ୍‌ରେ ମୟୂରଭଞ୍ଜକୁ ହରାଇଛି। ମୟୂରଭଞ୍ଜ ଦଳ ୨୬.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲା। ଢେଙ୍କାନାଳର ସୌମେନ୍ଦ୍ର ଦାସ ୫.୪ ଓଭରରେ ୨୫ ରନ୍ ଦେଇ ୬ ୱିକେଟ୍ ଦଖଲ କରିଥିଲେ। ଜବାବରେ ଢେଙ୍କାନାଳ ୨୮.୩ ଓଭରରେ ୭ ୱିକେଟ୍ ହରାଇ ୧୧୫ ରନ୍ କରି ବିଜୟୀ ହୋଇଥିଲା।
ସନ୍‌ସାଇନ୍ ପଡିଆରେ ନୟାଗଡ଼ ୧ ୱିକେଟ୍‌ରେ ଜଗତସିଂହପୁରକୁ ହରାଇଛି। ଜଗତସିଂହପୁର ୪୫.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୭ ରନ୍ କରିଥିଲା। ଜବାବରେ ନୟାଗଡ଼ ଦଳ ୪୪.୫ ଓଭରରେ ୯ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ନୟାଗଡ଼ର ଦୁର୍ଗା ବେହେରା (୧୦୩ ବଲ୍‌ରୁ ୧୨୪ ରନ୍) ଶତକୀୟ ପାଳି ଖେଳିଥିଲେ। ଅଡ଼ଶପୁର ପଡିଆରେ ପୁରୀ ୩୧ ରନରେ କେନ୍ଦୁଝରକୁ ହରାଇଛି। ପୁରୀ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା। ଜବାବ‌ରେ କେନ୍ଦୁଝର ଦଳ ୪୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା।

ସମ୍ବନ୍ଧିତ ଖବର