ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ କଟକ ଏ’ ଓ ଅବଶିଷ୍ଟ ଓଡ଼ିଶା ଡି’ ମଧ୍ୟରେ ଦୁଇ ଦିନିଆ କଳାହାଣ୍ଡି କପ୍ ଫାଇନାଲ୍ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ ୯୦ ଓଭରରେ କଟକ ୭ ୱିକେଟ୍ ବିନିମୟରେ ୩୬୧ ରନ୍ ସଂଗ୍ରହ କରିଛି। ଏହାଫଳରେ ଓଡ଼ିଶା ଡି’ ସମ୍ମୁଖରେ ୩୬୨ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଛି କଟକ। ଏହି ମ୍ୟାଚ୍ରେ ଓଡ଼ିଶା ଡି’ ଟସ୍ ଜିତି କଟକକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ବିଶ୍ବସ୍ବାଗତ ଭଟ୍ଟାଚାର୍ଯ୍ୟ (୩), ପ୍ରଦୀପ୍ତ ଦାଶ (୦) ଓ ଅଧିନାୟକ ରାମଚନ୍ଦ୍ର ବେହେରା (୧୨) ଶୀଘ୍ର ଆଉଟ୍ ହୋଇଯିବାରୁ ସୌଭାଗ୍ୟ ମିଶ୍ର ଓ ସାଇଦୀପ ମହାପାତ୍ର ପାଳି ସମ୍ଭାଳିଥିଲେ। ଉଭୟ ଚତୁର୍ଥ ୱିକେଟ୍ରେ ୨୨୦ ରନ୍ର ଭାଗୀଦାରି ଗଢ଼ି ଦଳକୁ ୨୫୦ରେ ପହଞ୍ଚାଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ସୌଭାଗ୍ୟଙ୍କୁ ୮୬ ରନ୍ରେ ଅଙ୍କିତକର ଜୟସ୍ବାଲ୍ ଆଉଟ୍ କରି ଯୋଡ଼ି ଭାଙ୍ଗିଥିଲେ। ସାଇଦୀପ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୨୧୯ ବଲ୍ରୁ ୧୭ ଚୌକା ଓ ୯ ଛକା ସହାୟତାରେ ୧୭୬ ରନ୍ କରି ଆଉଟ୍ ହୋଇଥିଲେ। ପ୍ରତିପକ୍ଷର ଜାମେଲା ଭଞ୍ଜନ ମହାପାତ୍ର ୩, ମିଲନ ସାମଲ ୨, ଚିନ୍ମୟ ବିଶ୍ବାଳ ଓ ଅଙ୍କିତ କର ୧ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ।
କଳାହାଣ୍ଡି କପ୍ ଫାଇନାଲ୍: ସାଇଦୀପଙ୍କ ଶତକ, ଓଡ଼ିଶା ଡି’ ପାଇଁ ବିଜୟ ଲକ୍ଷ୍ୟ ୩୬୨
/sambad/media/post_attachments/wp-content/uploads/2023/06/65465dg4jg65dgjdgjdjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)