କଳାହାଣ୍ଡି କପ୍‌: ଗଜପତି, ନୂଆପଡ଼ା, ନବରଙ୍ଗପୁର ବିଜୟୀ

କଟକ: କଳାହାଣ୍ଡି କପ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ରେ ମଙ୍ଗଳବାର ଗଜପତି, ନୂଆପଡ଼ା ଓ ନବରଙ୍ଗପୁର ବିଜୟୀ ହୋଇଛନ୍ତି। ସନସାଇନ ପଡ଼ିଆରେ ଗଜପତି ୧୨୦ ରନ୍‌ରେ ମାଲକାନଗିରିକୁ, ଡ୍ରିମ୍ସ ପଡ଼ିଆରେ ନୂଆପଡ଼ା ୧୮ ରନ୍‌ରେ କନ୍ଧମାଳକୁ ଏବଂ ରେଭେନ୍ସା ପଡ଼ିଆରେ ନବରଙ୍ଗପୁର ୮ୱିକେଟରେ ପାରାଦ୍ବୀପକୁ ହରାଇଛି। ନିଜ ନିଜ ଦଳ ପାଇଁ ଶେଖ ରିଆଜ ୫୮*, ପୂର୍ଣ୍ଣଚନ୍ଦ୍ର ମାଝୀ ୫୫, ସୁକେଶ ହୀରା ୫୨, ପ୍ରୟାସ ସିଂହ ୮୭ ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଗୌରବ ରାଉତ (୬/୨୮), ନୀଳକମଲ ବେହେରା (୫/୩୧), ଚପଳା ଗଣେଶ (୫/୨୨)ଙ୍କୁ ୫ ୱିକେଟ ସଫଳତା ମିଳିଛି।

ସମ୍ବନ୍ଧିତ ଖବର