କଟକ: ଚଳିତ କଳାହାଣ୍ଡି କପ୍ ଦ୍ବିତୀୟ ପର୍ଯ୍ୟାୟର ବୁଧବାର ବାଲେଶ୍ବର, ଝାରସୁଗୁଡ଼ା, ସମ୍ବଲପୁର-ଏ, ଭଦ୍ରକ, କିଟ୍, ସମ୍ବଲପୁର-ବି ବିଜୟୀ ହୋଇଛନ୍ତି। ଆଜି ବାଲେଶ୍ବରର ଗୁରୁଦୀପନ ଜେନା, ସମ୍ବଲପୁରର ଆୟୁଷ ନାୟକ ଓ କିଟ୍‌ର ମରୋଜୁ ପ୍ରଶାନ୍ତ ଶତକ ଅର୍ଜନ କରିଛନ୍ତି।

Advertisment

ବାଲେଶ୍ବର, ଝାରସୁଗୁଡ଼ା, ଭଦ୍ରକ, କିଟ୍, ବିଜୟୀ

ଏମ୍‌ଜିଏମ୍‌ ପଡ଼ିଆରେ ‌ବାଲେଶ୍ୱର ୭୮ ରନ୍‌ରେ ସୋନପୁରକୁ, ରେଳବାଇ ଷ୍ଟାଡିୟମ୍‌ରେ ସମ୍ବଲପୁର-ଏ’ ୨୦୨ ରନ୍‌ରେ କେନ୍ଦ୍ରାପଡ଼ାକୁ, ରେଭେନ୍ସା ପଡ଼ିଆ-୨ରେ କିଟ୍ ୯୯ ରନ୍‌ରେ ଢେଙ୍କାନାଳକୁ, ପଡ଼ିଆ-୧ରେ ସମ୍ବଲପୁର-ବି’ ୪ ୱିକେଟ୍‌ରେ କଟକ-ବି’କୁ, ଡ୍ରିମ୍ସ ଖେଳ ପଡ଼ିଆରେ ଭଦ୍ରକ ୨ ୱିକେଟ୍‌ରେ ଗଞ୍ଜାମକୁ ଏବଂ ସନ୍‌ସାଇନ୍ ପଡ଼ିଆରେ ଝାରସୁଗୁଡ଼ା ୧୪୯ ରନ୍‌ରେ ବରଗଡ଼କୁ ପରାସ୍ତ କରିଛି।