କଳାହାଣ୍ଡି କପ୍‌: ବଲାଙ୍ଗୀର, ରାଉରକେଲା, କିଟ୍‌, ଝାରସୁଗୁଡ଼ା, ଖୋର୍ଧା ବିଜୟୀ

ଭୁବନେଶ୍ୱର: କଟକର ବିଭିନ୍ନ ପଡ଼ିଆରେ ଚାଲିଥିବା କଳାହାଣ୍ଡି କପ୍‌ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ମଙ୍ଗଳବାର ବଲାଙ୍ଗୀର, ରାଉରକେଲା, କିଟ୍‌, ଝାରସୁଗୁଡ଼ା ଓ ଖୋର୍ଧା ବିଜୟୀ ହୋଇଛନ୍ତି। ଅମିତ୍ର ଖଟୁଆ, ଶ୍ରବଣ ବୁଙ୍ଗା ଶତକରୁ ବଞ୍ଚିତ ହେବା ଏବଂ ସଂଜୟ ମଲ୍ଲିକ ୭ ଓ୍ଵିକେଟ୍‌ ଦଖଲ କରିବା ମଙ୍ଗଳବାରର ଉଲ୍ଲେଖନୀୟ କଥା ଥିଲା। ବଲାଙ୍ଗୀର ୨ ଓ୍ଵିକେଟ୍‌ରେ ରାୟଗଡ଼ାକୁ ପରାସ୍ତ କରିଥିଲା। ରାୟଗଡ଼ାର ଶ୍ରବଣ ବୁଙ୍ଗା (୯୮) ଶତକରୁ ବଞ୍ଚିତ ହୋଇଥିଲେ। ବଲାଙ୍ଗୀରର ଅଂଶୁମାନ ମିଶ୍ର ଅର୍ଧଶତକ (୭୮) ଏବଂ ବିଶ୍ୱରଂଜନ ସିଂହ ୩ ଓ୍ଵିକେଟ୍‌ ହାସଲ କରିଥିଲେ। ସେହିଭଳି କିଟ୍‌ ପ୍ରତିପକ୍ଷ କେନ୍ଦୁଝରକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଆଶୁତୋଷ ମହାନ୍ତି (୫୧), ନିଶୀକାନ୍ତ ପଟ୍ଟନାୟକ (୫୧) ଅର୍ଧଶତକ ହାସଲ କରିଥିଲେ। କିଟ୍‌ର ସଂଜୟ ମଲ୍ଲିକ ୭ ଓ୍ଵିକେଟ୍‌ ନେଇଥିଲେ। ସେହିଭଳି ଅମି୍ରତ ଖଟୁଆ (୯୧) ଓ ଗୋବିନ୍ଦ ପୋଦ୍ଦାର (୭୮)ଙ୍କ ଲଢ଼ୁଆ ପାଳି ବଳରେ ରାଉରକେଲା ପ୍ରତିପକ୍ଷ ଅନୁଗୁଳକୁ ୨୧୧ ରନ୍‌ରେ ପରାସ୍ତ କରିଥିଲା। ଡ୍ରିମ୍‌ସ ପଡ଼ିଆରେ ଝାରସୁଗୁଡ଼ା ୧୭୯ ରନ୍‌ରେ ଜଗତସିଂହପୁରକୁ ପରାସ୍ତ କରିଥିଲା। ମହମ୍ମଦ ସାହା ଆଲାମ (୮୩) ଅର୍ଧଶତକ ହାସଲ କରିଥିଲେ। ସେହିଭଳି ସନ୍ତୋଷ ଜେନା (୫୨*) ଏବଂ ଜ୍ୟୋତି ରଂଜନ ବେହେରା (୪୧*)ଙ୍କ ଅର୍ଧଶତକ ବଳରେ ଖୋର୍ଧା ୯ ଓ୍ଵିକେଟ୍‌ରେ ପୁରୀକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର