କଳାହାଣ୍ତି କପ୍‌: କୋରାପୁଟ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ବରଗଡ଼, ବୌଦ୍ଧ ବିଜୟୀ

କଟକ: କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାର ବିଭିନ୍ନ ପଡ଼ିଆରେ ଚାଲିଥିବା କଳାହାଣ୍ତି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚଗୁଡ଼ିକରେ କୋରାପୁଟ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ବରଗଡ଼, ବୌଦ୍ଧ ବିଜୟୀ ହୋଇଛନ୍ତି। ରେଭେନ୍ସା ୧ ନମ୍ବର ପଡ଼ିଆରେ କୋରାପୁଟ ୩ ଵିକେଟରେ ଜଗତସି˚ହପୁରକୁ, ରେଭେନ୍ସା ୨ ନମ୍ବର ପଡ଼ିଆରେ ଢେଙ୍କାନାଳ ୭ ଵିକେଟରେ ନୟାଗଡ଼କୁ, ଖୋର୍ଦ୍ଧା ଷ୍ଟାଡିୟମରେ ବାଲେଶ୍ବର ୯୨ ରନ୍‌ରେ କେନ୍ଦୁଝରକୁ, ସିଭି ରମଣ କଲେଜ ପଡ଼ିଆରେ ଭଦ୍ରକ ୧୧୦ ରନ୍‌ରେ ଗଞ୍ଜାମକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ ବରଗଡ଼ ୭ ଵିକେଟରେ କିଟ୍‌କୁ ଏବଂ ସନସାଇନ ପଡ଼ିଆରେ ବୌଦ୍ଧ ୪ ଵିକେଟରେ ଅନୁଗୁଳକୁ ହରାଇଛି। ବିଭିନ୍ନ ମ୍ୟାଚରେ ରଶ୍ମୀର˚ଜନ ରାଉତ (୮୬), ଆଦିତ୍ୟ ରାଉତ (୫୧), ମହମ୍ମଦ ସୁଲେମାନ (୫୧*), ବିକାଶ ରାଉତ (୫୦*), ଲିଳାଧର ପ୍ରଧାନ (୫୦), ରୋନାଲ୍ଡ ଦାସ (୮୩), ତପନ ମୁର୍ମୁ (୭୪), ଆଶୁତୋଷ ରାଏ (୫୮), ହର୍ଷିତ ରାଥୋଡ଼ (୫୪), ଜିତେନ୍ଦୁ ଭୋଇ (୫୨), ପ୍ରବୀଣ କୁମାର ଲୁହା (୭୬*), ଦେବେନ୍ଦ୍ର କୁଅଁର (୬୩), ରମଣୀର˚ଜନ ଜେନା (୫୧), ଅନୁରାଗ କାନୋଜିଆ (୫୨*) ଅର୍ଦ୍ଧଶତକୀୟ ପାଳି ଖେଳିଥିଲା ବେଳେ ବୌଦ୍ଧର ଶୋଭନଦେବ ବେହେରା ୬ ଵିକେଟ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର