କଟକ: କଳାହାଣ୍ଡି କପ୍ ଦ୍ବିତୀୟ ପର୍ଯ୍ୟାୟ ଅନ୍ତଃଜିଲ୍ଲା କ୍ରିକେଟ୍ରେ ସୋମବାର ଭୁବନେଶ୍ବର-ଏ’, ଅନୁଗୁଳ, ରାଉରକେଲା, ମାଲକାନଗିରି, ସମ୍ବଲପୁର-ଏ’, ଝାରସୁଗୁଡ଼ା, ଭଦ୍ରକ, କଟକ-ବି, ଗଞ୍ଜାମ ବିଜୟୀ ହୋଇଛନ୍ତି। ଭୁବନେଶ୍ବର-ଏ’ର ରଘୁନାଥ ମଲ୍ଲ (୧୨୪ ରନ୍), ରାଉରକେଲାର ଶୁଭଙ୍କର ବିଶ୍ବାସ (୧୨୨* ରନ୍) ଶତକ ଅର୍ଜନ କରିଥିଲା ବେଳେ ବରଗଡ଼ର ସୟଦ ଜାକି ୫ ୱିକେଟ୍ ସଫଳତା ପାଇଛନ୍ତି।
ଭୁବନେଶ୍ବର-ଏ’, ଅନୁଗୁଳ, ରାଉରକେଲା, କଟକ-ବି’, ଗଞ୍ଜାମ ବିଜୟୀ
ରେଭେନ୍ସା ପଡ଼ିଆ-୨ରେ ଭୁବନେଶ୍ବର-ବି’ ୧୪୪ ରନ୍ରେ ଦେବଗଡ଼କୁ, ପଡ଼ିଆ-୧ରେ ଅନୁଗୁଳ ୨୬ ରନ୍ରେ ବଲାଙ୍ଗୀରକୁ , ଖୋର୍ଦ୍ଧା ପଡ଼ିଆରେ ରାଉରକେଲା-ଏ’ ୧୬୫ ରନ୍ରେ ପୁରୀକୁ, ଜଟଣୀ ରେଳବାଇ ପଡ଼ିଆରେ ମାଲକାନଗିରି ୫ ୱିକେଟ୍ରେ ବାଲେଶ୍ବରକୁ, ସନସାଇନ୍ ପଡ଼ିଆରେ ସମ୍ବଲପୁର-ଏ’ ୧୫୬ ରନ୍ରେ ବରଗଡ଼କୁ, ଏମ୍ଜିଏମ୍ ପଡ଼ିଆରେ ଝାରସୁଗୁଡ଼ା ୬ ୱିକେଟ୍ରେ ସୋନପୁରକୁ, ଅଡ଼ଶପୁର ପଡ଼ିଆରେ ଭଦ୍ରକ ୬ ୱିକେଟ୍ରେ ରାୟଗଡ଼ାକୁ, ରେଳବାଇ ପଡ଼ିଆରେ କଟକ-ବି ୨୪ ରନ୍ରେ କିଟ୍କୁ, ଡ୍ରିମ୍ସ ପଡ଼ିଆରେ ଗଞ୍ଜାମ ୫ ୱିକେଟ୍ରେ ଢେଙ୍କାନାଳକୁ ପରାସ୍ତ କରିଛି।