କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍ରେ ଭୁବନେଶ୍ବର ଏ’, ପୂର୍ବତଟ ରେଳବାଇ, ସୁନ୍ଦରଗଡ଼, ଗଂଜାମ, ଗଜପତି ଓ ପାରାଦୀପ ବିଜୟୀ ହୋଇଛନ୍ତି। ସନ୍ସାଇନ୍ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ଭୁବନେଶ୍ବର ଏ’ ୮ ରନ୍ରେ ଖୋର୍ଦ୍ଧାକୁ ହରାଇଛି। ଭୁବନେଶ୍ବର ଏ’ ଟସ୍ ଜିତି ୪୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୩ ରନ୍ କରିଥିଲା। ଜବାବରେ ଖୋର୍ଦ୍ଧା ୪୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଅଡ଼ଶପୁର ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ପୂର୍ବତଟ ରେଳବାଇ ୧୦ ୱିକେଟ୍ରେ ଭଦ୍ରକକୁ ହରାଇଛି। ଭଦ୍ରକ ଟସ୍ ଜିତି ୨୧.୧ ଓଭରରେ ୭୧/୧୦ କରିଥିଲା। ଜବାବରେ ପୂର୍ବତଟ ରେଳବାଇ କୌଣସି ୱିକେଟ୍ ହରାଇ ମାତ୍ର ୭.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ଏମଜିଏମ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ସୁନ୍ଦରଗଡ଼ ୬୦ ରନ୍ରେ କଟକ ବି’କୁ ପରାସ୍ତ କରିଛି।
ଟସ୍ ଜିତି ସୁନ୍ଦରଗଡ଼ ୪୬.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୨ ରନ୍ କରିଥିଲା। ଜବାବରେ କଟକ ବି’ ୪୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୨ ରନ୍ କରିପାରିଥିଲା। ଡ୍ରିମ୍ସ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗଂଜାମ ୪ ରନ୍ରେ କନ୍ଧମାଳକୁ ମାତ୍ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗଂଜାମ ୪୪. ୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା। ଜବାବରେ କନ୍ଧମାଳ ୪୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ରେଭେନ୍ସା ପଡ଼ିଆ ନଂ-୧ରେ ଅନୁଷ୍ଠିତ ମ୍ୟାଚ୍ରେ ଗଜପତି କେନ୍ଦ୍ରାପଡ଼ାକୁ ୬ ୱିକେଟ୍ରେ ହରାଇଛି। କେନ୍ଦ୍ରାପଡ଼ା ଟସ୍ ଜିତି ୨୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୨ ରନ୍ କରିଥିଲା। ଜବାବରେ ଗଜପତି ୧୪.୧ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ରେଭେନ୍ସା ପଡ଼ିଆ ନଂ-୨ରେ ଅନୁଷ୍ଠିତ ମ୍ୟାଚ୍ରେ ପାରାଦୀପ ୭୨ ରନ୍ରେ ମାଲକାନଗିରିକୁ ହରାଇଛି। ମାଲକାନଗିରି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପାରାଦୀପ ପ୍ରଥମେ ବ୍ୟାଟିଂ କରି ୪୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୩୭ ରନ୍ କରିଥିଲା। ଜବାବରେ ମାଲକାନଗିରି ୪୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୬ ରନ୍ କରିବାକୁ ସମର୍ଥ ହୋଇଥିଲା। ସୁନ୍ଦରଗଡ଼ର ଅଙ୍କିତ ସିଂହ ୧୦୨ ଓ ପାରାଦୀପର ଅମିତ କୁମାର ସାହୁ ୧୦୪ ରନ୍ କରିଥିଲା ବେଳେ ରୂପକ ଜେନା, ଜାମଲା ଭଞ୍ଜନ ମହାପାତ୍ର, କେ. ଉମା ରାଓ ୫ ୱିକେଟ୍ ସଫଳତା ପାଇଥିଲେ।