କଟକ: ଓସିଏ ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା ସିନିଅର କଳାହାଣ୍ଡି କପ୍ କ୍ରିକେଟ୍‌ର ମଙ୍ଗଳବାର ତିନିଟି ମ୍ୟାଚ୍‌ରେ ସୁନ୍ଦରଗଡ଼, ପୂର୍ବତଟ ରେଳବାଇ ଏବଂ କଟକ-ବି ବିଜୟୀ ‌ହୋଇଛନ୍ତି। ରେଭେନ୍‌ସା ପଡିଆ ନଂ-୨ରେ ସୁନ୍ଦରଗଡ଼ ୧୫ ରନ୍‌ରେ ଭୁବନେଶ୍ବର-ଏ’କୁ ହରାଇଛି। ସୁନ୍ଦରଗଡ଼ ୪୮.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୩୬ ରନ୍ କରିଥିଲା। ଜବାବ‌ରେ ଭୁବନେଶ୍ବର ଦଳ ୪୮.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୨୧ ରନ୍ କରିବ‌ାକୁ ସମର୍ଥ ହୋଇଥିଲା। ଭୁବନେଶ୍ବର ଦଳର ସ୍ବୟମ ରାଉତରାୟ ୧୦-୩-୩୦-୫ର ବୋଲିଂ ଚିତ୍ର ପାଇଥିଲେ। ସନ୍ ସାଇନ୍‌ ପଡିଆରେ ପୂର୍ବତଟ ରେଳବାଇ ୯ ୱିକେଟ୍‌ରେ ଖୋର୍ଦ୍ଧାକୁ ହରାଇଛି। ଖୋର୍ଦ୍ଧା ୪୪.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୦ ରନ୍ କରିଥିଲା। ପୂର୍ବତଟ‌ ରେଳବାଇର ଜୟନ୍ତ ବେହେରା ୭-୧-୧୧-୬ର ଘାତକ ବୋଲିଂ ଚିତ୍ର ପାଇଥିଲେ। ଜବାବରେ ପୂର୍ବତଟ ରେଳବାଇ ୨୮ ଓଭରରେ ମାତ୍ର ୧ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ୧୭୧ ରନ୍ ହାସଲ କରିନେଇଥିଲା। ସମୀର ମହାନ୍ତି ୮୨ ବଲ୍‌ରୁ ୧୦୭ ରନ୍ କରି ଅପରାଜିତ ରହିଥିଲେ।

Advertisment

ଅଡ଼ଶପୁର ପଡିଆରେ କଟକ-ବି ଦଳ ୧୦ ୱିକେଟ୍‌ରେ କେନ୍ଦ୍ରାପଡାକୁ ହରାଇଛି। ଭଦ୍ରକ ଦଳ ୨୨.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୮୯ ରନ୍ କରିଥିଲା। କଟକ ଦଳ ପକ୍ଷରୁ ଜାମଲା ଭଞ୍ଜନ ମହାପାତ୍ର ୭-୨-୨୨୪-୫ର ବୋଲିଂ ଚିତ୍ର ପାଇଥିଲେ। ଜବାବରେ କଟକ ଦଳ କୌଣସି ୱିକେଟ୍‌ ନହରାଇ ୧୩.୫ ଓଭରରେ ୯୦ ରନ୍ କରି ମ୍ୟାଚ୍‌ ଜିତି ନେଇଥିଲା।