କଟକ: ଚଳିତ କଳାହାଣ୍ଡି କପ୍ର ଦୁଇ ଦିନିଆ ସୁପର ଲିଗ୍ ମ୍ୟାଚ୍ରେ କଟକ ଏ’ ବିଜୟୀ ହୋଇଛି। ଏହି ଦଳ ୧୧୨ ରନ୍ରେ ସମ୍ବଲପୁରକୁ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟି ପାଇଥିବା କଟକ ଏ’ ଦଳ ପ୍ରଥମ ଦିନରେ ୧୬୪/୮ କରିଥିଲା। ରବିବାର ଦ୍ବିତୀୟ ଦିନରେ ଏଥିରେ ୧୬ ରନ୍ ଯୋଡ଼ି ଅଲ୍ଆଉଟ୍ ହୋଇଯାଇଥିଲା। ଯଜ୍ଞଜିତ ସାହୁ ୬୭ ରନ୍ କରିଥିଲେ। ସମ୍ବଲପୁରର ପ୍ରଶାନ୍ତ ଠକ୍କର ୬ ୱିକେଟ୍ ନେଇଥିଲେ। ଜବାବରେ ୧୮୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ସମ୍ବଲପୁର ଦଳ ମାତ୍ର ୨୧.୨ ଓଭର ଖେଳି ୬୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ସୟେଦ ୱାସିମ ୨୨ ରନ୍ କରିଥିଲା ବେଳେ କଟକର ସୁମିତ ଶର୍ମା ୪ ଏବଂ ସିଦ୍ଧାର୍ଥ ସିହ୍ନା ୩ ୱିକେଟ୍ ନେଇଥିଲେ।
କଳାହାଣ୍ଡି କପ୍ ସୁପରଲିଗ୍: କଟକ-ଏ ୧୧୨ ରନ୍ରେ ବିଜୟୀ
/sambad/media/post_attachments/wp-content/uploads/2023/06/56g4d64jggjggjg.jpg)