କଳାହାଣ୍ଡି କପ୍‌:ଖୋର୍ଧା ଜିଲ୍ଲା ଦଳ ଚୟନ ୨୩ରେ

ଖୋର୍ଧା: ଆସନ୍ତା କଳାହାଣ୍ଡି କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ପାଇଁ ଖୋର୍ଧା ଜିଲ୍ଲା ଦଳ ଦଳ ଚୟନ ଆସନ୍ତା ୨୩ ତାରିଖ (ବୁଧବାର)ରେ ଅନୁଷ୍ଠିତ ହେବ। ଏଥିଲାଗି ଏକ ମନୋନୟନ ଶିବିର ସକାଳ ୮ଟାରେ ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିିୟମଠାରେ ଅନୁଷ୍ଠିତ ହେବ। ଇଚ୍ଛୁକ ଖେଳାଳିମାନେ ସେମାନଙ୍କର ଆବଶ୍ୟକ କ୍ରିକେଟ୍‌ ସରଞ୍ଜାମ ଏବଂ ଜିଲ୍ଲା ବାସିନ୍ଦା ପ୍ରମାଣପତ୍ର ସହିତ ସେହିଦିନ ଉପସ୍ଥିତ ରହବାକୁ ସଂଘ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୪୩୭ ୩୦୪୬୮୦ରେ ଯୋଗାଯୋଗ କରିବାକୁ ଖୋର୍ଧା ଜିଲ୍ଲା କ୍ରିକେଟ୍‌ ସଂଘ ସମ୍ପାଦକ ବିକାଶ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର