କଟକ: କଳହାଣ୍ତି କପ୍ର ସୁପରଲିଗ୍ ପର୍ଯ୍ୟାୟ ବୁଧବାରଠୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଦେବାଶିଷ ସାମନ୍ତରାୟଙ୍କ ଶତକ, ବସନ୍ତ ମହାନ୍ତିଙ୍କ ୫ ଵିକେଟ୍ ସଫଳତା ଓ ବିପ୍ଲବ ସାମନ୍ତରାୟଙ୍କ ହ୍ୟାଟ୍ରିକ ଵିକେଟ ମୁଖ୍ୟ ଆକର୍ଷଣ ରହିଥିଲା। ନିମପୁର ପଡ଼ିଆରେ ଓଡ଼ିଶା ଗ୍ରିନ୍ ବିପକ୍ଷରେ ଓଡ଼ିଶା ୟେଲୋ ଟସ୍ ଜିତି ବ୍ୟାଟି˚ କରିଥିଲା। ପ୍ରଥମ ଦିନ ୟେଲୋ ୮ ଵିକେଟ ବିନିମୟରେ ୨୮୬ ରନ୍ କରିଛି। ଅଧିନାୟକ ଦେବାଶିଷ ସାମନ୍ତରାୟ ୨୪୨ ବଲ୍ରୁ ୧୭୪ ରନ୍ (୧୩ ଚୌକା, ୪ ଛକା) ର ଶତକୀୟ ପାଳି ଖେଳିଥିଲା ବେଳେ ସୌରଭ ସ୍ବୟ˚ପ୍ରକାଶ ୨୭, ନୀତିଶ ନିର˚ଜନ ସାମନ୍ତରାୟ ୨୩ ରନ୍ କରିଛନ୍ତି। ଗ୍ରିନ୍ର ଅଧିନାୟକ ଦେବବ୍ରତ ପ୍ରଧାନ ୪ ଓ ହର୍ଷିତ ରାଥୋଡ଼ ୨ ସଫଳ ବୋଲର ରହିଛନ୍ତି।
ଏସ୍ସିବି ମେଡିକାଲ ପଡ଼ିଆରେ ସୁନ୍ଦରଗଡ଼ ବିପକ୍ଷରେ ଟସ୍ ଜିତି ବ୍ୟାଟି˚ ନେଇଥିବା ଇକୋର୍ସା ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୬୬ ଓଭରରେ ୪ ଵିକେଟ ହରାଇ ୧୯୯ ରନ୍ କରିଛି। ପ୍ରଶାନ୍ତ ସାହୁ ୪୬, ସନ୍ଦୀପ ମୂଳିଆ ୩୬, ଅଭିଷେକ ଯାଦବ ୪୪ ରନ୍ କରି ଆଉଟ ହୋଇଥିଲା ବେଳେ ସୁଜିତ ଲେଙ୍କା ୪୯* ରନ୍ରେ ଅପରାଜିତ ରହିଛନ୍ତି। ରେଭେନ୍ସା ପଡ଼ିଆରେ ଓଡ଼ିଶା ବ୍ଲୁ ଟସ୍ ଜିତି ବୋଲି˚ ନେଇଥିଲା। ଖୋର୍ଦ୍ଧା ୫୦ ଓଭରରେ ସମସ୍ତ ଵିକେଟ ହରାଇ ୧୨୯ରନ୍ କରିଥିଲା। ଜ୍ୟୋତି ର˚ଜନ ବେହେରା ୪୦, ଆର୍ଯ୍ୟଶ୍ରୀ ଭଟ୍ଟ ୨୮ ରନ୍ କରିଥିଲା ବେଳେ ଓଡ଼ିଶା ବ୍ଲୁ’ର ବସନ୍ତ ମହାନ୍ତି ୧୩ ଓଭର ବୋଲି˚ କରି ୧୧ ରନ୍ ବିନିମୟରେ ୫ ଵିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ବି.ଶିବା ୨ ଓ ସୁମିତ ଶର୍ମା ୨ ଵିକେଟ ନେଇଥିଲେ। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବ୍ଲୁ ୫ ଓଭରରେ ରୋଶନ ମହାପାତ୍ର (୧)ଙ୍କ ଵିକେଟ ହରାଇ ୧୦ ରନ୍ କରିଛି।
ସନସାଇନ୍ ପଡ଼ିଆରେ କଟକ ଏ’ ବିପକ୍ଷରେ ଝାରସୁଗୁଡ଼ା ଟସ୍ ଜିତି ବ୍ୟାଟି˚ କରିଥିଲା। ରୋଶନ ପ୍ରସାଦଙ୍କ ୫୧ ଓ ରାଜକିଶନ ପଟେଲଙ୍କ ୫୦* ରନ୍ ସହାୟତାରେ ଦଳ ୬୮ ଓଭରରେ ୧୭୧ ରନ୍ କରି ସମସ୍ତ ଵିକେଟ ହରାଇଥିଲା। କଟକ ପାଇଁ ବିପ୍ଳବ ସାମନ୍ତରାୟ ହ୍ୟାଟ୍ରିକ ଵିକେଟ୍ ନେଇଥିଲେ। ୬୫ତମ ଓଭରର ତୃତୀୟ ବଲ୍ରେ କ୍ରିଷ୍ଣା ପଲାଇ, ଚତୁର୍ଥ ବଲ୍ରେ ତାରିଣୀ ସ’, ପଞ୍ଚମ ବଲ୍ରେ ଅରୁଣ ପଣ୍ତିତଙ୍କୁ ବିପ୍ଲବ ଆଉଟ କରିଥିଲେ। ଏହି ପାଳିରେ ସେ ମୋଟ ୪ ଵିକେଟ ଅକ୍ତିଆର କରିଥିଲା ବେଳେ ଜାମଲା ଭଞ୍ଜନ ମହାପାତ୍ର ଓ ଶିବାଶିଷ ସାହୁ ୨ ଵିକେଟ ଲେଖାଏଁ ପାଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ କଟକ ୪ ଵିକେଟ ବିନିମୟରେ ୪୮ ରନ୍ କରିଛି। ରେଭେନ୍ସା ୨ ନମ୍ବର ପଡ଼ିଆରେ ଓଡ଼ିଶା ରେଡ୍ ବିପକ୍ଷରେ ରାଉରକେଲା ଟସ୍ ଜିତି ବୋଲି˚ କରିଥିଲା। ପ୍ରଥମ ଦିନରେ ରେଡ୍ ୬ ଵିକେଟ ହରାଇ ୧୬୪ ରନ୍ କରିଛି। କାର୍ତ୍ତିକ ବିଶ୍ବାଳ ୬୮, ଆୟୁଷ ନାଏକ ୨୯ ରନ୍ କରିଥିଲା ବେଳେ ରାଉରକେଲାର ଉମେଶ ଯାଦବ (୨), ଅୟସକାନ୍ତ ସାହୁ (୨) ସଫଳ ବୋଲର ରହିଛନ୍ତି। ବିଡ଼ାନାସୀ ପଡ଼ିଆରେ ଓଡ଼ିଶା ଭାଓଲେଟ ବିପକ୍ଷରେ ଓଡ଼ିଶା ପିଙ୍କ୍ ଜସ୍ ଜିତି ବୋଲି˚ କରିଥିଲା। ଭାଓଲେଟ ୭୪ ଓଭରରେ ସମସ୍ତ ଵିକେଟ ହରାଇ ୨୭୯ ରନ୍ କରିଥିଲା। ପଙ୍କଜ ସେନାପତି ୭୯, ଅମିନ ଖାନ୍ ୩୫, ସର୍ବେଶ୍ବର ମହାନ୍ତି ୪୩ ରନ୍ କରିଥିଲେ। ପିଙ୍କ୍ର ନୌତମ ଭଞ୍ଜ ୩, ପ୍ରଶାନ୍ତ ରଣା, ସୟଜ ଜାକି, ସାଇ ଆଚାର୍ଯ୍ୟ ପ୍ରତ୍ୟେକ ୨ ଵିକେଟ ଲେଖାଏଁ ନେଇଥିଲେ। ଜବାବରେ ପିଙ୍କ୍ ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ଵିକେଟ ବିନିମୟରେ ୬୩ ରନ୍ କରିଛି। ଶାନ୍ତନୁ ମିଶ୍ର ୨ ଵିକେଟ ଅକ୍ତିଆର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/f4h98f7hfsh4fshfh213fh1fhsfhsfhsfhsfhs.jpg)