କଳାହାଣ୍ତି କପ୍‌: ନବରଙ୍ଗପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା, ବଲାଙ୍ଗୀର, ପୁରୀ ବିଜୟୀ

କଟକ: କଳାହାଣ୍ତି କପ୍‌ରେ ମଙ୍ଗଳବାର ନବରଙ୍ଗପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା, ବଲାଙ୍ଗୀର, ପୁରୀ ବିଜୟୀ ହୋଇଛନ୍ତି। ଡ୍ରିମ୍ସରେ ନବରଙ୍ଗପୁର ୩ ଵିକେଟରେ ମାଲକାନଗିରିକୁ, ରେଭେନ୍ସାରେ କେନ୍ଦ୍ରାପଡ଼ା ୫ ଵିକେଟରେ କନ୍ଧମାଳକୁ, ହାଇଟେକ୍‌ ଷ୍ଟାଡିୟମରେ ନୂଆପଡ଼ା ୬ ଵିକେଟରେ ଗଜପତିକୁ, ସନସାଇନ ପଡ଼ିଆରେ ରାୟଗଡ଼ା ୮ ଵିକେଟରେ କଳାହାଣ୍ତିକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ ବଲାଙ୍ଗୀର ୪୪ ରନ୍‌ରେ ଦେଓଗଡ଼କୁ, ସିଭି ରମଣ କଲେଜ ପଡ଼ିଆରେ ପୁରୀ ୮୩ ରନ୍‌ରେ ସୋନପୁରକୁ ପରାସ୍ତ କରିଛି। ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ରଶ୍ମୀର˚ଜନ ସାହୁ ୫୪, ବିଶ୍ବଭୂଷଣ ବିହାରୀ ୫୦*, ଅ˚ଶୁମାନ ମିଶ୍ର ୯୦*, ଶୁଭମ ବିଶ୍ବାଳ ୮୧, ପୁରୁଷୋତ୍ତମ ପ୍ରଧାନ ୫୭, ବିନୟ ପାଇକରାଏ ୭୯, ଶକ୍ତି ଶଙ୍କର ଦାଶ ୫୬, କିଷନଲାଲ ସାଗର ୫୩* ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟପକ୍ଷରେ ନବରଙ୍ଗପୁରର ଶିବ ହରିଜନ (୫/୨୬), ନୂଆପଡ଼ାର ପ୍ରୟାସ ସି˚ହ (୫/୧୪)ଙ୍କୁ ୫ ଵିକେଟ ସଫଳତା ମିଳିଛି।

ସମ୍ବନ୍ଧିତ ଖବର