କଳାହାଣ୍ତି କପ୍‌: ଖୋର୍ଦ୍ଧାଠୁ ହାରିଲା ଭୁବନେଶ୍ବର

ଆର୍ଯ୍ୟ, ଜ୍ୟୋତି, କୁନାଲ, ମୁସ୍ତାକଙ୍କ ଅର୍ଧଶତକ; ସୌମେନ୍ଦ୍ର, ଆଶିଷଙ୍କୁ ୫ ଵିକେଟ

କଟକ: କଳାହାଣ୍ତି କପ୍‌ର ଦ୍ବିତୀୟ ଦିନରେ ଖୋର୍ଦ୍ଧା, ଅନୁଗୁଳ, କଟକ ବି’, ସୁନ୍ଦରଗଡ଼, ଢେଙ୍କାନାଳ ଓ ଇକୋର୍ସା ବିଜୟୀ ହୋଇଛନ୍ତି। ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଖୋର୍ଦ୍ଧା ୬ ଵିକେଟରେ ଭୁବନେଶ୍ବର ଏ’କୁ ପରାସ୍ତ କରିଛି। ବିଜୟୀ ଦଳର ଆର୍ଯ୍ୟ ଦେବାଶିଷ ଭଟ୍ଟ ୬୫* ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ। ରେଭେନ୍ସାରେ ଖେଳାଯାଇଥିବା ମ୍ୟାଚ୍‌ରେ ଅନୁଗୁଳ ୭ ଵିକେଟରେ ବୌଦ୍ଧକୁ ହରାଇଛି। ଜ୍ୟୋତି ର˚ଜନ ଦଳାଇ ୬୯ ରନ୍‌ କରିଥିଲେ। ରେଭେନ୍ସା ୨ ନମ୍ବର ପଡ଼ିଆରେ ଅବିନାଶ ନାୟକଙ୍କ ଅପରାଜିତ ୫୮ ରନ୍‌ ସହଯୋଗରେ କଟକ ବି’ ୫ ଵିକେଟରେ ଭଦ୍ରକକୁ ଓ ବିଡ଼ାନାସୀ ପଡ଼ିଆରେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ସୁନ୍ଦରଗଡ଼ ଡିଏଲ୍‌ଏସ୍‌ ପଦ୍ଧତିରେ ନବରଙ୍ଗପୁରକୁ ୯ ଵିକେଟରେ ହରାଇଛି। ସୁନ୍ଦରଗଡ଼ର ଆଶିଷ ତିଵାରି ୫ ଵିକେଟ ଅକ୍ତିଆର କରିଥିଲେ।

ସନସାଇନ୍‌ ପଡ଼ିଆରେ ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ୍‌ ପ୍ରଭାବିତ ହୋଇଥିଲା। ଡିଏଲ୍‌ଏସ୍‌ ପଦ୍ଧତିରେ ଏଠାରେ ଢେଙ୍କାନାଳ ୧୮୧ ରନ୍‌ରେ ମାଲକାନଗିରିକୁ ମାତ୍‌ ଦେଇଥିଲା। ବିଜୟୀ ଦଳର କୁନାଲ ମଲ୍ଲିକ ୬୮ ଓ ମୁସ୍ତାକ ବେଗ୍‌ ୬୪ ରନ୍‌ ସ˚ଗ୍ରହ କରିଥିଲେ ଏବ˚ ସୌମେନ୍ଦ୍ର ଦାସଙ୍କୁ ୫ ଵିକେଟ ମିଳିଥିଲା।

ଭୁବନେଶ୍ବର ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଇକୋର୍ସା ୬ ଵିକେଟରେ ଗଞ୍ଜାମକୁ ପରାସ୍ତ କରିଛି। ଏସବୁ ବାଦ୍‌ ନିମପୁର ପଡ଼ିଆରେ କଳାହାଣ୍ତି ଓ କେନ୍ଦ୍ରାପଡ଼ା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ‘ଟାଇ’ରେ ସମାପ୍ତ ହୋଇଛି। କିଟ୍‌ ଷ୍ଟାଡିୟମରେ ବାଲେଶ୍ବର ଓ ନୟାଗଡ଼ ଏବ˚ ଡ୍ରିମ୍ସରେ ଦେଓଗଡ଼ ଓ ନୂଆପଡ଼ା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ବର୍ଷା ଯୋଗୁଁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର