କଟକ: କଳାହାଣ୍ତି କପ୍ ସୁପରଲିଗ୍ରେ ପ୍ରତ୍ୟେକ ଦଳଙ୍କ ଦ୍ବିତୀୟ ମ୍ୟାଚ୍ ଶନିବାରଠୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଅଭିଷେକ ଯାଦବ ଅପରାଜିତ ଶତକ ଅର୍ଜନ କରିଛନ୍ତି। ସେହିପରି ଦେବବ୍ରତ ପ୍ରଧାନ ଓ ଆଶିଷ ରାଏଙ୍କୁ ୫ ଵିକେଟ୍ ସଫଳତା ମିଳିଛି। ନିମପୁର ପଡ଼ିଆରେ ଓଡ଼ିଶା ଗ୍ରିନ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟି˚ ନେଇଥିବା ସୁନ୍ଦରଗଡ଼ ଅମ୍ରିତ ଖଟୁଆଙ୍କ ୫୫ ଓ ଆଶିଷ ପରିଜାଙ୍କ ୩୧* ରନ୍ ସହଯୋଗରେ ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୭୪ ଓଭରରେ ୯ ଵିକେଟ ହରାଇ ୧୩୭ ରନ୍ କରିଛି। ଗ୍ରିନ୍ ଅଧିନାୟକ ଦେବବ୍ରତ ପ୍ରଧାନ ୧୫ ଓଭର ବୋଲି˚ କରି ୪ ମେଡେନ୍ ଓ ୩୨ ରନ୍ ବ୍ୟୟ କରି ୫ ଵିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ହର୍ଷିତ ରାଥୋଡ଼ ୩ ଵିକେଟ୍ ପାଇଛନ୍ତି।
ସନ୍ସାଇନ୍ ପଡ଼ିଆରେ ଖୋର୍ଦ୍ଧା ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟି˚ କରିଥିବା ଇକୋର୍ସା ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୭୭.୨ ଓଭରରେ ୮ ଵିକେଟ ହରାଇ ୩୫୦ ରନ୍ କରିଛି। ଅଭିଷେକ ଯାଦବ ଅପରାଜିତ ଶତକ (୧୦୦* ରନ୍, ୧୧୨ ବଲ୍, ୧୧ ଚୌକା, ୨ ଛକା) ହାସଲ କରିଥିଲା ବେଳେ ପ୍ରଶାନ୍ତ ସାହୁ ୬୦, ଅଙ୍କିତ ଯାଦବ ୬୯, ଲଗ୍ନଜିତ ସାମଲ ୫୪ ଓ କାମେଶ୍ବର ବାରିକ ୨୩ ରନ୍ ଯୋଡ଼ିଥିଲେ। ପ୍ରତିପକ୍ଷର ରାକେଶ ପଟ୍ଟନାୟକ ୪, ଅମ୍ ନାରାୟଣ ୩ ଵିକେଟ୍ ନେଇଥିଲେ।
ବିଡ଼ାନାସୀ ପଡ଼ିଆରେ ଓଡ଼ିଶା ୟେଲୋ ବିପକ୍ଷରେ ଓଡ଼ିଶା ବ୍ଲୁ ଟସ୍ ଜିତି ବୋଲ˚ କରିଥିଲା। ୟେଲୋ ଆୟୁଷରାଜ ଚୌଧୁରୀ (୫୯) ଓ ରାକେଶ ଗୋଚ୍ଛାୟତ (୫୫)ଙ୍କ ଅର୍ଦ୍ଧଶତକୀୟ ପାଳି ସତ୍ତ୍ବେ ୫୪.୨ ଓଭରରେ ୧୮୭ ରନ୍ରେ ସମସ୍ତ ଵିକେଟ ହରାଇଥିଲା। ବି ଶିବା ୩, ବସନ୍ତ ମହାନ୍ତି, ଲେଲିନ୍ ବଳ, ସୌରଭ କାନୋଜିଆ ପ୍ରତ୍ୟେକ ୨ ଵିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ଜବାବରେ ବ୍ଲୁ ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୩୧ ଓଭରରେ ୧୧୩ ରନ୍ କରିଥିଲା ବେଳେ ୫ ଵିକେଟ୍ ହରାଇସାରିିଛି। ସୁକେଶ ହୀରା ୨୧, ସୌରଭ ଗୌଡ଼ ୨୮, ଆକାଶ ଚନ୍ଦ୍ର ନାୟକ ୨୫*, ସୌରଭ କାନୋଜିଆ ୨୯* ରନ୍ କରିଛନ୍ତି।
ରେଭେନ୍ସା ୨ ନମ୍ବର ପଡ଼ିଆରେ ରାଉରକେଲା ବପକ୍ଷରେ ଝାରସୁଗୁଡ଼ା ଟସ୍ ଜିତି ବ୍ୟାଟି˚ କରିଥିଲା। ଦିନର ଖେଳ ବନ୍ଦ ହେବା ବେଳକୁ ୫୯.୩ ଓଭରରେ ଦଳ ୬ ଵିକେଟ୍ ବିନିମୟରେ ୧୬୫ ରନ୍ କରିଛି। ରୋଶନ ପ୍ରସାଦ ୫୫, ସାଗର ରାଉତ ୩୦, ଧନଞ୍ଜୟ ଯାଦବ ୨୭ ରନ୍ କରିଥିଲେ। ପ୍ରତିପକ୍ଷର ଗୋବିନ୍ଦ ତାଣ୍ତିଆ ୩, କୌଶିକ ଦାସ ୨ ଵିକେଟ୍ ଅକ୍ତିଆର କରିଛନ୍ତି। ରେଭେନ୍ସା ୧ନମ୍ବର ପଡ଼ିଆରେ ଓଡ଼ିଶା ଭାଓଲେଟ ବିପକ୍ଷରେ ଟସ୍ ଜିତି କଟକ ଏ’ ବ୍ୟାଟି˚ କରିଥିଲା। ହେଲେ ଦଳ ୪୪ ଓଭରରେ ୧୨୯ ରନ୍ କରି ସମସ୍ତ ଵିକେଟ ହରାଇଥିଲା। ବିପ୍ଲବ ସାମନ୍ତରାୟ ସର୍ବାଧିକ ୩୯, ସୌଭାଗ୍ୟ ମିଶ୍ର ୨୯ ରନ୍ କରିଥିଲା ବେଳେ ଆଶିଷ ରାଏ ୧୪ ଓଭରରେ ୩ ମେଡେନ୍ ଓ ୩୦ ରନ୍ ବ୍ୟୟ କରି ୫ ଵିକେଟ୍ ହାସଲ କରିଥିଲେ। ତାଙ୍କ ବ୍ୟତୀତ ପପୁ ରାଏ ୨ ଵିକେଟ୍ ନେଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାଓଲେଟ ୨ ଓଭରରେ ୭ ରନ୍ କରି ଗୋଟିଏ ଵିକେଟ ହରାଇଛି।
ଏସ୍ସିବି ମେଡିକାଲ ପଡ଼ିଆରେ ଓଡ଼ିଶା ପିଙ୍କ୍ ବିପକ୍ଷରେ ଓଡ଼ିଶା ରେଡ୍ ଟସ୍ ଜିତି ବ୍ୟାଟି˚ କରିଥିଲା। ପ୍ରଥମ ଦିନରେ ରେଡ୍ ୫୫ ଓଭରରେ ୩ ଵିକେଟ୍ ବିନିମୟରେ ୧୮୪ ରନ୍ କରିଛି। ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ୮୩* ରନ୍ ଅପରାଜିତ ରହିଥିଲା ବେଳେ କାର୍ତ୍ତିକ ବିଶ୍ବାଳ ୪୧ ଓ ଦେବେନ୍ଦ୍ର କୁଅଁର ୩୪* ରନ୍ କରିଛନ୍ତି। ପ୍ରତିପକ୍ଷର ପ୍ରଶାନ୍ତ ରାଣା, ନୌତମ ଭଞ୍ଜ, ସୟଦ ଜାକି ପ୍ରତ୍ୟେକ ୧ ଵିକେଟ୍ ଲେଖାଏଁ ନେଇଛନ୍ତି।