କଳିଙ୍ଗ କର୍ନର: ନମିତା-ଲିଲିମା-ଦୀପଗ୍ରେସଙ୍କ ନୂଆ ଅଧ୍ୟାୟ

ଦର୍ଶକ ଗ୍ୟାଲେରିରେ ଓଡ଼ିଶା ଏଫ୍‌ସି, ଉତ୍ସାହିତ କଲେ ହକି ପରିବାର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଅନ୍ତର୍ଜାତୀୟ ମହିଳା ହକି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ତିନି ଓଡ଼ିଆ ତାରକା ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପଗ୍ରେସ୍‌ ଏକ୍କା ମଧୢ ବ୍ୟକ୍ତିଗତ ହକି ଜୀବନରେ ନୂଆ ଅଧୢାୟ ଯୋଡ଼ିଛନ୍ତି। ତିନି ଜଣ ଯାକ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଖେଳି ଅଲିମ୍ପିକ୍ସ ଟିକେଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଘରୋଇ ପ୍ରଶ˚ସକଙ୍କ ସମ୍ମୁଖରେ ଏହି ସ୍ମରଣୀୟ ସଫଳତା ହାସଲ କରିବା ପରେ ନମିତା କହିଥିଲେ ଆମେରିକା ଆଜି ତୁଳନାତ୍ମକ ଭାବେ ଭଲ ଖେଳିଥିଲା। ହେଲେ ଶେଷ ଆଡ଼କୁ ଆମେ ନିଶ୍ଚିତ ଗୋଲ୍‌ କରିବୁ ବୋଲି ଆତ୍ମବିଶ୍ବାସ ଥିଲା। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ଆମ ପରବର୍ତୀ ଲକ୍ଷ୍ୟ ଏଥିରେ ପଦକ ଜିତିବା ହେବ। ବ୍ୟକ୍ତିଗତ ଭାବେ ମୁଁ ରିଓ ଆପେକ୍ଷା ଟୋକିଓରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ଦଳର ଅଲିମ୍ପିକ୍ସ ଯୋଗ୍ୟତା ସଫଳତା ଦଳଗତ ପ୍ରଦର୍ଶନର ଫଳ ବୋଲି ଲିଲିମା ମତ ରଖିଥିଲେ। ଆଜି ଆମ ରକ୍ଷଣଭାଗ ଆଶାଜନକ ଖେଳ ଖେଳି ପାରି ନଥିଲା। ତଥାପି ଆମେ ଭଲ କରିଥିଲୁ ବୋଲି କହିବି। ଲଗାତାର ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ଅଛି ବୋଲି ସେ କହିଥିଲେ। ଦୀପଗ୍ରେସ୍‌ ମଧୢ ତାଙ୍କ ସହ ଏକମତ ହୋଇଥିଲେ। ଖେଳରେ କିଛି ବି ହୋଇପାରେ। ସେମାନେ ଆଜି ନୂଆ ରଣନୀତି ନେଇ ଖେଳିଥିଲେ। ଆମେ ନିଶ୍ଚିତ ଭାବେ ଚାପରେ ଥିଲୁ। ହେଲେ ଗୋଲ୍‌ କରିବୁ ବୋଲି ଶେଷ ପର୍ଯ୍ୟନ୍ତ ଆତ୍ମବିଶ୍ବାସ ଥିଲା। ରାଣୀ ଗୋଲ୍‌ ଦେବା ପରେ ଆମେ ଅଲିମ୍ପିକ୍ସ ଟିକେଟ ପାଇଯିବୁ ବୋଲି ଭରସା ଆସି ଯାଇଥିଲା।

ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକିର ଦ୍ବିତୀୟ ଦିନର ମୁକାବିଲାରେ ଓଡ଼ିଶା ଏଫସି ଆଇଏସ୍‌ଏଲ୍‌ ଦଳର ଖେଳାଳିଙ୍କୁ ବି ଦର୍ଶକ ଗ୍ୟାଲେରିରେ ଦେଖିବାକୁ ମିଳିଥିଲା। ଦଳର ଭାରତୀୟ ଖେଳାଳିଙ୍କ ସହ ମାଲିକ ରୋହନ ଶର୍ମା, ବରିଷ୍ଠ ଅଧିକାରୀ ଏବ˚ ଦୁଇ ଓଡ଼ିଆା ତାରକା ଶୁଭମ୍‌ ଷଡ଼ଙ୍ଗୀ ଓ ଅଙ୍କିତ ଭୂୟାଁ ମଧୢ ମ୍ୟାଚ୍‌ର ମଜା ନେଇଥିଲେ। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଆଇଏସଏଲ୍‌ ଖେଳୁଥିଲା ବେଳେ ଦଳ ତା’ର ପ୍ରଥମ ଦୁଇ ମ୍ୟାଚ୍‌ ହାରିଥିଲା। ତେବେ କଳିଙ୍ଗ ଷ୍ଟାଡିୟମକୁ ଆସିବା ପୂର୍ବ ମ୍ୟାଚ୍‌ ଜିତି ବିଜୟ ଖାତା ଖୋଲିଥିଲା। ଆମେ ଏଠାରେ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ଆସିଥିଲୁ। ଆଶା ମୁତାବକ ଭାରତୀୟ ପୁରୁଷ ଦଳ ଶୁକ୍ରବାର ଅପେକ୍ଷ ଭଲ ଖେଳ ଖେଳିଲା। ମହିଳା ଦଳ ମଧୢ ଆମକୁ ନିରାଶ କଲେ ନାହିଁ। ଓଡ଼ିଶା ଏଫସି ପ୍ରଥମ ବିଜୟ ପାଇଛି। ଏହି ବିଜୟ ଧାରାକୁ ଆମେ ଜାରି ରଖିବାକୁ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଚେଷ୍ଟା କରିବୁ ବୋଲି ଏହି ଅବସରରେ ଶୁଭମ୍‌ କହିଥିଲେ। ସେହିଭଳି ଦର୍ଶକ ଗ୍ୟାଲେରିରେ ବିଶ୍ବକପ୍‌ ବିଜୟୀ ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର ଇକବାଲ, ସୁଖରାମ ମାଝୀଙ୍କୁ ଦେଖିବାକୁ ମିଳିଥିଲା।

ଶନିବାର ଓଡ଼ିଆ ତାରକା ନମିତା ଟପ୍ପୋଙ୍କ ପୂରା ପରିବାରକୁ କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ସୁଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରର ଜୋରୁମାଲ ଗାଁରୁ ବଡ଼ ଭାଇ ବସନ୍ତ ଟପ୍ପୋଙ୍କ ସହ ୯ ଭାଇ, ଭଉଣୀ, ପୁତୁରା ଝିଆରି ଏବ˚ ବାପା ମା’ ସମସ୍ତେ ଭୁବନେଶ୍ବର ଆସି ନମିତାଙ୍କୁ ଉତ୍ସାହିତ କରିଥିଲେ। ନମିତାଙ୍କୁ ଘରୋଇ ପରିବେଶରେ ଖେଳୁଥିବାର ଦେଖି ସମଗ୍ର ପରିବାର ବେଶ୍‌ ଖୁସି ଓ ଉଲ୍ଲସିତ ଥିଲେ। ହେଲେ ପିତା ଠୋବୋ ଟପ୍ପୋ ଓ ମା’ ଚକ୍ରବର୍ତୀ ଟପ୍ପୋ ସମସ୍ତଙ୍କଠାରୁ ଅଧିକ ଖୁସି ଥିଲେ। ଝିଅକୁ ଭୁବନେଶ୍ବରରେ ଖେଳୁଥିବାର ଦେଖିବା ଲାଗି ସେମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୁରଣ ହୋଇଥିଲା। ଭାରତ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ସ ଟିକେଟ ହାସଲ କରିବା ସେମାନଙ୍କ ଖୁସିକୁ ଦ୍ବିଗୁଣିତ କରିଛି। ଅଲିମ୍ପିକ୍ସରେ ମଧୢ ଭାରତ ଭଲ କରିବ ବୋଲି ଠୋ‌ବୋ ଦୃଢ଼ ଆଶା ପୋଷଣ କରିଛନ୍ତି। ନମିତାଙ୍କ ବଡ଼ ଭାଇ ବସନ୍ତ ବି ଜଣେ ହକି ଖେଳାଳି ହୋଇଥିଲା ବେଳେ ସ˚ପ୍ରତି ସେ ଭାରତୀୟ ସେନାରେ କାର୍ଯ୍ୟ କରୁଛନ୍ତି। ଦୁଇ ଜଣ ଉଭଣୀ ମଧୢ ହକି ଖେଳୁଛନ୍ତି।

ସମ୍ବନ୍ଧିତ ଖବର