କଳିଙ୍ଗ କପ୍‌ କ୍ରିକେଟ୍‌ ସେମିରେ ରାମେଶ୍ବର

ଭୁବନେଶ୍ବର: କେନ୍ଦ୍ରାପଡ଼ାର ଓସ୍ତରହାଟଠାରେ ଚାଲିଥିବା କଳିଙ୍ଗ କପ୍ ରାଜ୍ୟସ୍ତରୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ପୁରୁଣା ଭୁବନେଶ୍ବରର ରାମେଶ୍ବର ସ୍ପୋର୍ଟିଂ ସେମିଫାଇନାଲକୁ ଉଠିଛି। ରବିବାର ଏହି ଦଳ ଝାରସୁଗୁଡ଼ାର ପ୍ରଗ୍ରେସିଭ୍ କ୍ଲବ୍‌କୁ ୫ ୱିକେଟରେ ହରାଇଥିଲା। ପୁଷ୍କର ରାଜଙ୍କ ୮୪ ରନ୍ (୪୦ ବଲ) ବଳରେ ଝାରସୁଗୁଡ଼ା ୨୫ ଓଭରରେ ୫ ୱିକେଟ୍‌ ହରାଇ ୨୦୭ ରନ୍ କରିଥିଲା। ପରେଶ ପଟେଲ୍‌ (୩/୨୬) ସଫଳ ବୋଲର ଥିଲେ। ଜବାବରେ ରାମେଶ୍ବର ୨୪ ଓଭରରେ ୫ ୱିକେଟ୍‌ ହରାଇ ୨୦୯ ରନ୍ ସଂଗ୍ରହ କରି‌ ନେଇଥିଲା। ବିଶ୍ବଜିତ୍ ଭୂୟାଁ (୯୨ ରନ୍‌, ୬୬ ବଲ), ପରେଶ ପଟେଲ୍‌ (୩୪, ୨୩ ବଲ) ଏବଂ ପୂର୍ଣ୍ଣ ମହାରଣା (୨୦, ୧୧ ବଲ) ଦଳକୁ ବିଜୟ ଦେବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ବିଶ୍ବଜିତ୍ ଭୂୟାଁ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର