କଳିଙ୍ଗ ହକି କଂପ୍ଲେକ୍ସ ଉଦ୍‌ଘାଟନ ଅକ୍ଟୋବରରେ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ପୁନଃ ନିର୍ମିତ ହକି କଂପ୍ଲେକ୍ସ ଅକ୍ଟୋବର ପହିଲାରେ ଉଦଘାଟିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏହି ଅବସରରେ ଭାରତୀୟ ହକି ଦଳର ସଦସ୍ୟ ଏବଂ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ସେଥିପାଇଁ ସେପ୍ଟେମ୍ବର ୨୫ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସର ନବୀକରଣ କରାଯାଇଛି। ଏହାର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରେ ଦୁଇଟି ନୂଆ ଷ୍ଟାଣ୍ଡ ନିର୍ମାଣ ଯାଇଥିଲା ବେଳେ ନୀଳ ଟର୍ଫକୁ ମଧ୍ୟ ବଦଳାଇ ଦିଆଯାଇଛି। କଂପ୍ଲେକ୍ସର ଦର୍ଶକ କ୍ଷମତା ୬ରୁ ୧୫ ହଜାରକୁ ବୃଦ୍ଧି କରାଯାଇଛି। ସେହିଭଳି କଳିଙ୍ଗ ଷ୍ଟାଡିୟମକୁ ସବୁଜ ସୁନ୍ଦର କରାଯିବା ସହ ଏହାର ପ୍ରବେଶ ପଥକୁ ମଧ୍ୟ ନୂଆ କରି ନିର୍ମାଣ କରାଯାଉଛି।

ସମ୍ବନ୍ଧିତ ଖବର