ଭୁବନେଶ୍ୱର: ୨୦୧୭ ମସିହାରେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନ ପାଇଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍କୁ ୨୦୧୮ ମସିହାରେ ମଧ୍ୟ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆଗମନ ହେଉଛି। କିନ୍ତୁ ଫେବ୍ରୁଆରି ୨୩ରୁ ମାର୍ଚ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆଇଟିଏଫ୍ (ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍) ଟେନିସ୍ ଫ୍ୟୁଚର୍ସ ପ୍ରତିଯୋଗିତା ଓଡ଼ିଶା ପାଇଁ ପ୍ରଥମ ଅବସର ହେବ। ଓଡ଼ିଶା ଟେନିସ୍ ଇତିହାସରେ ଏହା ନୂଆ ଅଧ୍ୟାୟ ସଂଯୋଗ କରିବ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏକ ଅନ୍ତର୍ଜାତୀୟ ସ୍ତରର ଟେନିସ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି ଓଡ଼ିଶା ଟେନିସ୍ ସଂଘ (ଓଟିଏ)। ୧୫,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ପୁରୁଷ ଏକକ ଏବଂ ଯୁଗଳ ବର୍ଗର ପ୍ରତିଯୋଗିତା ହେବ। ପୁରୁଷ ଏକକରେ ମୁଖ୍ୟ ଡ୍ର’ରେ ୩୨ ଜଣ ଏବଂ ପୁରୁଷ ଯୁଗଳରେ ୧୬ ଦଳ ଭାଗନେବେ। ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ଅନୁଷ୍ଠିତ ହେବ। ସର୍ବଭାରତୀୟ ଟେନିସ୍ ସଂଘ ମଧ୍ୟ ୨ ଜଣଙ୍କୁ ଓ୍ଵାଇଲ୍ଡ କାର୍ଡ ପ୍ରଦାନ କରିବ। ଓଡ଼ିଶା ଟେନିସ୍ ପାଇଁ ଏହା ଏକ ବଡ଼ ଉପଲବ୍ଧି ହେବ। ଏହା ଓଡ଼ିଶାର ମାନ୍ୟତାକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି କହିଛନ୍ତି ଓଡ଼ିଶା ଟେନିସ୍ ସଂଘ ସମ୍ପାଦକ ମଧୁସୂଦନ ପାଢ଼ୀ। ପୁରସ୍କାର ରାଶିକୁ ଛାଡ଼ି ଓଡ଼ିଶା ଟେନିସ ସଂଘ ପ୍ରାୟ ୨୫ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରିଥିବାବେଳେ ସରକାର ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କମ୍ପ୍ଳେକ୍ସର ଭିତ୍ତିଭୂମୀ ଉନ୍ନତି ଓ ଆଲୋକୀକରଣ ଆଦିରେ ବିପୁଳ ଅର୍ଥ ରାଶି ଖର୍ଚ କରିବେ ବୋଲି ଶ୍ରୀ ପାଢ଼ୀ ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ କିଛିବର୍ଷ ତଳେ କଳିଙ୍ଗ ଷ୍ଟାଡିୟମ୍ରେ ୧୪ ବର୍ଷରୁ କମ୍ ଏସୀୟ ଟେନିସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କଳିଙ୍ଗରେ ଆନ୍ତର୍ଜାତୀୟ ଟେନିସ୍ ଫ୍ୟୁଚର୍ସ
ଫେବ୍ରୁଆରି ୨୩ରୁ ମାର୍ଚ ୩
/sambad/media/post_attachments/wp-content/uploads/2018/01/7-ITF.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)