କଳିଙ୍ଗରେ କନିଷ୍ଠ ବିଶ୍ବକପ ହକି : ଅଭିଷେକ, ସୁଦୀପ ଓ ସୁନୀଲଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଭୁବନେଶ୍ବର: କନିଷ୍ଠ ବିଶ୍ବକପ୍ ହକି ଇତିହାସର ୧୧ ସଂସ୍କରଣ ଭିତରୁ ଭାରତ ଦୁଇଥର ବିଜେତା ହେବାର ଗୌରବ ଅର୍ଜନ କରିଛି। ୧୯୭୯ ମସିହାରେ ଆରମ୍ଭ ହୋଇଥିବା ବିଶ୍ବକପ୍‌ର ଏହି ଫର୍ମାଟ୍‌ରେ ଭାରତ ୨୦୦୧ ମସିହାରେ ପ୍ରଥମ ଥର ପାଇଁ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଏହାର ୧୫ ବର୍ଷ ପରେ ଅର୍ଥାତ୍ ୨୦୧୬ ମସିହାରେ ଘରୋଇ ମାଟିରେ (ଲକ୍ଷ୍ନୌ) ପୁନର୍ବାର ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିଥିଲା। ୨୦୦୧ ମସିହାରେ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳରେ ସଦସ୍ୟ ଥିଲେ ଦୁଇଭାଇ ଇଗ୍ନେସ ଓ ପ୍ରବୋଧ ତିର୍କି। ସେହିଭଳି ୨୦୧୬ରେ ବିଶ୍ବକପ୍ ତୋଳିଧରିଥିବା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ ଓଡ଼ିଆ ତାରକା ଦୀପସାନ ତିର୍କି। ଏହି ତିନିଜଣ ଓଡ଼ିଶା ତାରକାଙ୍କ କ୍ଲବ୍‌ରେ ଏବେ ଅଭିଷେକ ଲାକ୍ରା, ସୁଦୀପ ଚିର୍କାମୋ ଓ ସୁନୀଲ ଯୋଯୋଙ୍କ ପାଖରେ ରହିଛି।

ଏମାନେ ସମସ୍ତେ ଚଳିତବର୍ଷର ବିଶ୍ବକପ୍ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଘରୋଇ ପରିବେଶରେ ଓଡ଼ିଶା ହକିର ଏହି ତିନି ଉଦୀୟମାନ ବୀର ନିଜ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିବା ସହ ଜାତୀୟ ଦଳ ପାଇ ନିଜ ଦାବିଦାରୀ ଉପସ୍ଥାପନା କରିବା ଲକ୍ଷ୍ୟରେ ରହିବେ। ଅଭିଷେକ ଓ ସୁନୀଲ ରକ୍ଷଣଭାଗରେ ନିଜ କମାଲ କରିବେ। ଅନ୍ୟପକ୍ଷରେ ସୁଦୀପ ଭାରତୀୟ ଦଳର ଅଗ୍ରଭାଗ ସମ୍ଭାଳିବେ।

ସମ୍ବନ୍ଧିତ ଖବର