ଭୁବନେଶ୍ବର: ଧମାକାଦାର ବିଜୟରୁ କଳିଙ୍ଗ ଲାନସର୍ସ ତା’ର ଘରୋଇ ଅଭିଯାନ ଆରମ୍ଭ କରିଛି। ଶନିବାର ‘ହକି ଇଣ୍ଡିଆ ଲିଗ୍-୨୦୨୬’ର ରାତି ମ୍ୟାଚ୍ରେ ଏସ୍ଜି ପାଇପର୍ସ ଦଳକୁ ୬-୧ ଗୋଲ୍ରେ ପରାସ୍ତ କରିଛି। ଘରୋଇ ପରିବେଶର ବଳରେ ବଳିୟାନ କଳିଙ୍ଗ ଲାନସର୍ସ ଏହି ମ୍ୟାଚ୍ର ଆରମ୍ଭରୁ ଏସ୍ଜି ପାଇପର୍ସ ରକ୍ଷଣଭାଗ ଉପରେ ଘନଘନ ଆକ୍ରମଣ କରିଥିଲା। ୮ ମିନିଟ୍ ଭିତରେ ହିଁ ଏହାର ସୁଫଳ ମିଳି ଯାଇଥିଲା।
ବର୍ନସ କୁପର ଓ କ୍ରେଗ୍ ମାରିଆସ୍ ଦୁଇ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ଲାନସର୍ସକୁ ୨-ରେ ଆଗୁଆ କରି ଦେଇଥିଲେ। ୱିଲଟ୍ କି’ଙ୍କ ମାଧ୍ୟମରେ ଅବଶ୍ୟ ପାଇପର୍ସ ଗୋଟିଏ ମିନିଟ୍ ଭିତରେ ସେଥିମଧ୍ୟରୁ ଗୋଟିଏ ଶୁଝି ଦେଇଥିଲା। ଅଷ୍ଟମରୁ ଏକାଦଶ ମିନିଟ୍ ଭିତରେ ଏହି ତିନିଟି ଗୋଲ୍ ଦେଖିବାକୁ ମିଳିଥିଲା। ପ୍ରଥମ କ୍ବାର୍ଟର ୨-୧ରେ ଲାନସର୍ସ ସପକ୍ଷରେ ଯାଇଥିଲା। ୨୩ ମିନିଟ୍ରେ କୁପର ପୁଣି ଥରେ ତାଙ୍କ କମାଲ ଦେଖାଇ ଆଉ ଏକ ସୁନ୍ଦର ଗୋଲ୍ ଦେବା ଫଳରେ ପ୍ରଥମାର୍ଦ୍ଧରେ ଲାନସର୍ସ ତା’ର ଗୋଲ୍ ବ୍ୟବଧାନକୁ ୩-୧କୁ ବଢ଼ାଇ ଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଏହି ଅଗ୍ରଣୀକୁ ଲାନସର୍ସ ମଧ୍ୟ ବଜାୟ ରଖିଥିଲା।
ଆହୁରି ପଢ଼ନ୍ତୁ: Iran Issue: ଇରାନ ବିକ୍ଷୋଭର ନୂଆ ପର୍ଯ୍ୟାୟ: ‘୫,୦୦୦ ମୃତ୍ୟୁ’, ପୁଣି ଫାଶୀ ଆହ୍ୱାନ, ଟ୍ରମ୍ପଙ୍କୁ ଧମକ
ସହଜ ବିଜୟରୁ ନିଜ ଘରୋଇ ଅଭିଯାନ
ଦ୍ବିତୀୟାର୍ଦ୍ଧର ଦୁଇଟି କ୍ବାର୍ଟରରେ ଆଉ ତିନିଟି ଗୋଲ୍ ଦେଇ ସହଜ ବିଜୟରୁ ନିଜ ଘରୋଇ ଅଭିଯାନକୁ ଆରମ୍ଭ କରିଥିଲା। ସେଥିମଧ୍ୟରୁ ଆଲେକ୍ଜାଣ୍ଡର୍ ହେଣ୍ଡ୍ରିକ୍ସ ଦୁଇଟି ଏବଂ ଅଙ୍ଗଦ ବୀର ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ଲାନସର୍ସ ତା’ର ଗୋଲ୍ଗୁଡ଼ିକ ୮,୧୦,୨୩, ୩୯, ୫୪ ଓ ୫୬ ମିନିଟ୍ରେ ଦେଇଥିଲା। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ପାଳ ହରିବାବୁ କମ୍ଭମପଟି, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ପ୍ରମୁଖ ପଡ଼ିଆ ଭିତରକୁ ଯାଇ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମଧ୍ୟାନ୍ତରରେ ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସ ନିଜ ମନ୍ତ୍ରମୁଗ୍ଧକର ନୃତ୍ୟରେ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ। ରାଜ୍ୟପାଳ ଶ୍ରୀ କମ୍ଭମପଟି ଓ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମଧ୍ୟ ମ୍ୟାଚ୍ ପରେ ଶ୍ରେଷ୍ଠ ଖେଳାଳି ବବି ସିଂହ ଧାମିଙ୍କୁ ପୁରସ୍କୃତ କରିଥିଲେ।
ଆହୁରି ପଢ଼ନ୍ତୁ: Uddhab said about Eknath: ଶିବସେନା ପୁଣିଥରେ ଭାଙ୍ଗିପାରେ, ଏକନାଥ ସିନ୍ଦେ ବିଜେପିକୁ ଭୟ କରୁଛନ୍ତି : ଉଦ୍ଧବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/kalinga-lancers-2026-01-17-21-37-03.jpg)