ରାଉରକେଲା: ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗର ପୁଲ୍ ପର୍ଯ୍ୟାୟ ମ୍ୟାଚ୍ ରବିବାରଠାରୁ ଆରମ୍ଭ ହୋଇଯାଇଛି। ପୁଲ୍ ଏ’ର ପ୍ରଥମ ମ୍ୟାଚ୍ରେ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ସୁଟ୍ଆଉଟ୍ରେ ୩-୨ ଗୋଲ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଗୋଲ୍ ବର୍ଷା ଦେଖିବାକୁ ମିଳିଥିଲେ ସୁଦ୍ଧା ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ତୃତୀୟ କ୍ବାର୍ଟର ଶେଷସୁଦ୍ଧା କଳିଙ୍ଗ ଲାନ୍ସର୍ସ ୨-୫ ଗୋଲ୍ରେ ପଛରେ ରହିଥିଲା।
ତେବେ ଶେଷ କ୍ବାର୍ଟରରେ ଦଳ ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନକରି ୩ଟି ଗୋଲ୍ଦେଇ ମ୍ୟାଚ୍କୁ ୫-୫ ଗୋଲ୍ରେ ଅମୀମାଂସିତ ରଖିିଥିଲା। କଳିଙ୍ଗ ଲାନ୍ସର୍ସ ପକ୍ଷରୁ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୧୩,୫୨) ଓ ଥିଏରୀ ବ୍ରିଙ୍କମ୍ୟାନ(୩୫,୪୭) ୨ଟି ଲେଖାଏ ଗୋଲ୍ ଦେଇଥିବାବେଳେ ଅଙ୍ଗଦ ବୀର ସିଂହ(୪୯) ଗୋଟିଏ ଗୋଲ୍ ଦେଇଥିଲେ। ପାଇପର୍ସ୍ର ତୋମାସ ଡୋମିନି(୧୮,୨୦) ଦୁଇଟି ଗୋଲ୍ ଏବଂ କୋରୀ ୱିୟର(୨୧), କୋଜି ୟାମସାକି(୨୩) ଓ ଦିଲରାଜ ସିଂହ(୩୭) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।
କଳିଙ୍ଗ ଲାନ୍ସର୍ସ ପକ୍ଷରୁ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୧୩,୫୨) ଓ ଥିଏରୀ ବ୍ରିଙ୍କମ୍ୟାନ(୩୫,୪୭) ୨ଟି ଲେଖାଏ ଗୋଲ୍ ଦେଇଥିବାବେଳେ ଅଙ୍ଗଦ ବୀର ସିଂହ(୪୯) ଗୋଟିଏ ଗୋଲ୍ ଦେଇଥିଲେ। ପାଇପର୍ସ୍ର ତୋମାସ ଡୋମିନି(୧୮,୨୦) ଦୁଇଟି ଗୋଲ୍ ଏବଂ କୋରୀ ୱିୟର(୨୧), କୋଜି ୟାମସାକି(୨୩) ଓ ଦିଲରାଜ ସିଂହ(୩୭) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।
ସେହିଭଳି ଆଜି ମହିଳା ବର୍ଗର ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଓଡ଼ିଶା ୱାରିଅର୍ସ ୪-୧ ଗୋଲରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସକୁ ପରାସ୍ତକରିଛି। ଏହି ମ୍ୟାଚ୍ରେ ଘରୋଇ ଓଡ଼ିଶା ୱାରିଅର୍ସର ସଂପୂର୍ଣ୍ଣ ଆଧିପତ୍ୟ ଦେଖିବାକୁ ମିଳିଥିଲା। ୱାରିଅର୍ସ ପକ୍ଷରୁ ୟିବି ଜାନସେନ ୨ଟି ଗୋଲ୍(୧୮,୪୭) ଦେଇଥିବାବେଳେ ମିସେଲ ଫିଲେଟ(୧୬) ଓ ନେହା ଗୋୟଲ(୫୮) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ବେଙ୍ଗଲ ଟାଇଗର୍ସର ଉଦିତା(୩୦) ଏକମାତ୍ର ଗୋଲ୍ ସୁଝାଇବାରେ ସଫଳ ହୋଇଥିଲେ।