କଳିଙ୍ଗ ଷ୍ଟାଡିୟମ୍‌ ମୀନର୍ଭାର ଘରୋଇ ପଡ଼ିଆ

ଭୁବନେଶ୍ବର: ମୀନର୍ଭା ପଞ୍ଜାବ ଏଏଫ୍‌ସି କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଲାଗି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ କରିଛି। ଏଥିଲାଗି ମଙ୍ଗଳବାର ଏଏଫ୍‌ସି, ଏଆଇଏଫଏଫ୍‌ ଓ ମିନର୍ଭା ପଞ୍ଜାବର ଅଧିକାରୀମାନେ କଳିଙ୍ଗ ଷ୍ଟାଡିୟମ ବୁଲି ତଦାରଖ କରିଛନ୍ତି। ମିନର୍ଭା‌ ଗୁପ୍‌-ଇରେ ଭାରତର ଚେନ୍ନାଇନ୍‌, ବାଂଲାଦେଶର ଢାକା ଆବାହାନି ଏବଂ ନେପାଳର ମାନାଙ୍ଗ ମାର୍ସିଆଙ୍ଗଦି କ୍ଲବ୍‌ ସହ ରହିଛି। ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଘରେ ଓ ବାହାରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ଏହି ଆଧାରରେ କଳିଙ୍ଗ ଷ୍ଟାଡିୟମରେ ମିନର୍ଭା ୩ ମ୍ୟାଚ୍‌ ଘରୋଇ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ୍‌ ମେ’ ପହିଲାରେ ମାନାଙ୍ଗ ମାର୍ସିଆଙ୍ଗଦି କ୍ଲବ୍‌, ଜୁନ୍‌ ୧୯ରେ ଚେନ୍ନାଇନ୍‌ ଏବଂ ଜୁନ୍‌ ୨୬ରେ ଢାକା ଆବାହାନି ସହ ଖେଳି ଅଭିଯାନ ‌ଶେଷ କରିବ। ଗ୍ରୁପ୍‌ର ବିଜେତା ଦଳ ଇଣ୍ଟର ଜୋନ୍‌ ପ୍ଲେ-ଅପ୍‌ ସେମିଫାଇନାଲ୍‌କୁ ଉନ୍ନତି ହେବ।

ସମ୍ବନ୍ଧିତ ଖବର