ଭୁବନେଶ୍ବର : କଳିଙ୍ଗ ଆକ୍ବାଟିକ୍ କ୍ଲବ୍ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ସହଯୋଗରେ ଅନୁଷ୍ଠିତ କଳିଙ୍ଗ ସୁପର୍ ସନ୍ତରଣ ସିରିଜ୍ର ଦ୍ବିତୀୟ ମାସର ପ୍ରତିଯୋଗିତା ଶନିବାର ଜେଏସ୍ଡବଲ୍ୟୁ ସୁଇମିଂ ହାଇ ପରଫର୍ମାନ୍ସ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। ସୋନିଆ ପଟେଲ୍ ବ୍ୟକ୍ତିଗତ ଭାବେ ୩ ସ୍ବର୍ଣ୍ଣ ଜିତିଥିବା ବେଳେ ଆଂଶିକା ଆରାଧନା ସାହୁ ଓ କାହ୍ନୁ୍ ସୋରେନ୍ ଦୁଇଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନବୀନ ଶର୍ମା, ପବନ ଗୁପ୍ତା, ଅନମୋଲ ମହାନ୍ତି, ଶ୍ରେୟା ସୁମନ ଦାସ, ସାହିଲ ମାଝୀ, ଶ୍ଲୋକ ଗୁହା ମଜୁମଦାର, ଜଗଜିତ ପ୍ରଧାନ, ଦୀପ୍ତିମୟୀ ସିଂହ, ଅଞ୍ଜଳି ମୁଣ୍ଡା, ଶ୍ରୁ୍ତି ବେହେରା, ଆର୍ଯ୍ୟ ପ୍ରତାପ, ସୀମା ଧାନା, ଅଭିଜ୍ଞାନ ଜେନା ପ୍ରମୁଖ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଜେଏସ୍ଡବଲ୍ୟୁକୁ କଳିଙ୍ଗ ଆକ୍ବାଟିକ୍ କ୍ଲବ୍ର ସାଧାରଣ ସମ୍ପାଦକ ଅମର ରଂଜନ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।
କଳିଙ୍ଗ ସୁପର୍ ସନ୍ତରଣ ସିରିଜ୍: ସୋନିଆ, ଆଂଶିକା, କାହ୍ନୁଙ୍କୁ ଏକାଧିକ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2023/05/2-Swimming-Winners.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)