ଭୁବନେଶ୍ବର: ୟୁଏଇର ସାର୍ଜାଠାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆୟୋଜିତ ଓଡ଼ିଶା କପ୍ କ୍ରିକେଟ୍ ପ୍ରତିଯୋଗିତାରେ ସନ୍ ଅଫ୍ କଳିଙ୍ଗବୀର ବିଜେତା ହୋଇଛି। ରବିବାର ଫାଇନାଲ୍ରେ ଏହି ଦଳ ଓଡ଼ିଶା ବ୍ଲାଷ୍ଟର ଦୁବାଇକୁ ପରାସ୍ତ କରିଥିଲା। ସାର୍ଜାସ୍ଥିତ ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏହି ଫାଇନାଲ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ବ୍ଲାଷ୍ଟର ନିର୍ଦ୍ଧାରିତ ୨୦ ଓଭରରେ ୧୪୧ ରନ୍ କରିଥିଲା। ପବିତ୍ରା କୁମାର ବିଶ୍ବାଳ ୩୪ ରନ୍ କରିଥିଲେ। ଜବାବରେ କଳିଙ୍ଗ ବୀର ଅସିତ କୁମାର ସାମଲଙ୍କ ୫୬ ଓ ଅବିନାଶ ପାତ୍ରଙ୍କ ୪୦ ରନ୍ ବଳରେ ମ୍ୟାଚ୍ ଜିତିନେଇଥିଲା।
ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଅବିନାଶ (୪୦ ରନ୍, ୩ ୱିକେଟ୍)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ୟୁଏଇ ଜାତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ, କ୍ରୀଡ଼ା ସମୀକ୍ଷକ ଓ ସାର୍ଜା ୱେଷ୍ଟ୍ଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରଫେସର ଚାର୍ଭି ଭଟ୍ଟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା କପ୍ ପରାମର୍ଶଦାତା ବରିଷ୍ଠ ବ୍ୟବସାୟୀ ପ୍ରିୟଦର୍ଶୀ ପାଣିଗ୍ରାହୀ, ଓଡ଼ିଶା ସମାଜ ୟୁଏଇର ରାଷ୍ଟ୍ରପତି ଅମୀୟ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରଜନ ରଥ, ସୁଶାନ୍ତ ଜେନା, ନିର୍ଲିପ୍ତ ମହାନ୍ତି, ସମ୍ବିତ ପଟ୍ଟନାୟକ, ପ୍ରଦ୍ୟୁମ୍ନ ସାହୁ, ସୁଜିତ ସାମଲ, ଚିନ୍ମୟ କୁମାର ଜେନା, ଅବନୀକାନ୍ତ ପାତ୍ର, ଦେବ ମିଶ୍ର, ସୁଜିତ ଖଟୁଆ, ଜୟନ୍ତ ସାହୁ ଓ ଅମୃତେନ ଚାଟାର୍ଜୀ ପ୍ରମୁଖ ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ।