ଅଶୋକାନନ୍ଦ ଓ ରଶ୍ମିତାଙ୍କୁ ମିଳିବ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ପୂର୍ବତନ ରଣଜୀ ଅଧିନାୟକ ଅଶୋକାନନ୍ଦ ଜେନା ଜୀବନବ୍ୟାପୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଓଡ଼ିଶାରେ ମହିଳା କ୍ରିକେଟର ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା କୋଚ ରଶ୍ମିତା ମହାନ୍ତି କମଳ ଗାଙ୍ଗୁଲୀ ସ୍ମାରକୀ କୋଚ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ପକ୍ଷରୁ ଖେଳ ଏବଂ ଖେଳାଳିଙ୍କ ପ୍ରୋତ୍ସାହନ ସକାଶେ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ଦିଆଯିବ। ରାଜ୍ୟର ଅନ୍ୟତମ ସଫଳ କ୍ରିକେଟ କୋଚ କମଲ ଗାଙ୍ଗୁଲୀଙ୍କ ପରଲୋକରେ ଏହି ପୁରସ୍କାର ଦିଆଯିବ।

ନିକଟରେ କମଲ ଗାଙ୍ଗୁଲୀ କ୍ରୀଡ଼ା ପୁରସ୍କାରର ଚୟନ ସମିତିର ବୈଠକ ବସିଥିଲା। ସହିଦ ସ୍ପୋର୍ଟିଂ କ୍ଲବର ସଂପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସନାତନ ପାଣି, ସୁଶାନ୍ତ ମହାନ୍ତି, ସଂଜୀବ ବିଶ୍ୱାଳ, ସମ୍ବିତ ମହାପାତ୍ର, ସୁରେଶ ସ୍ୱାଇଁ, ନିରଂଜନ ରେଡ୍ଡି, ତନ୍ମୟ ଦାସ, ତପନ ସ୍ୱାଇଁ, ସମୀକ୍ଷା ପଟ୍ଟନାୟକ, ମନୋରଂଜନ ଦାସ, ଉମାକାନ୍ତ ମିଶ୍ର ଏବଂ ସମୀର ରାଉତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର