କମଳା ପରିଡ଼ା ସ୍ମାରକୀ ରାମେଶ୍ବର କପ୍‌ ଆରମ୍ଭ: ଶୁବାଶିଷଙ୍କ ଶତକ, ରାମେଶ୍ବରର ବୃହତ୍‌ ବିଜୟ

ଭୁବନେଶ୍ବର : ପୁରୁଣା ଭୁବନେଶ୍ବରର ରାମେଶ୍ବର ସ୍ପୋର୍ଟିଂ କ୍ଲବ୍‌ ପକ୍ଷରୁ ରବିବାରଠାରୁ କମଳା ପରିଡ଼ା ସ୍ମାରକୀ ପଞ୍ଚମ ରାମେଶ୍ବର କପ୍ (୧୫ ବର୍ଷରୁ କମ୍‌) କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ରାମେଶ୍ବର ୨୦୫ ରନ୍‌ରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ଅଧିନାୟକ ଶୁବାଶିଷ ମଲ୍ଲିକଙ୍କ ଶତକ (୧୦୬ ବଲ୍‌ରୁ ୧୬୧ ରନ୍‌, ୨୨ ଚୌକା, ୭ ଛକା) ବଳରେ ରାମେଶ୍ବର ୩୫ ଓଭରରେ ୩ ୱିକେଟ୍ ହରାଇ ୩୧୮ ରନ୍ କରିଥିଲା। ତୀର୍ଥଙ୍କର ସାହୁ (୫୦ ବଲ୍‌ରୁ ୪୧ ରନ୍) ଏବଂ ସ୍ନେହାଶିଷ ଚୌଧୁରୀ (୧୮ ବଲ୍‌ରୁ ୩୫ ରନ୍‌) ଉପଯୋଗୀ ଅବଦାନ ରଖିଥିଲେ।

ଜବାବରେ ସହିଦ ସ୍ପୋର୍ଟିଂ ୩୫ ଓଭରରେ ୧୧୩/୫ରେ ସୀମିତ ରହିଥିଲା। ମହେଶ ପଣ୍ଡା ସର୍ବାଧିକ ୨୫* ଏବଂ ଆଦିତ୍ୟ କୁମାର ୨୪ ରନ୍‌ କରିଥିଲେ। ସୋହମ ପଟ୍ଟନାୟକ, ଜଗଦୀଶ ମହାପାତ୍ର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଶୁବାଶିଷ ମଲ୍ଲିକଙ୍କୁ ରଣଜୀ ତାରକା ରାଜେଶ ମହାନ୍ତି ଓ ପରେଶ ପଟେଲ୍‌ ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବରୁ ପ୍ରତିଯୋଗିତାକୁ କ୍ଲବ୍ ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ, ବିଏଏ ସମ୍ପାଦକ ସୌର୍ଯ୍ୟରଂଜନ ପରିଜା, ଉପସଭାପତି ରାଧାନାଧ ମହାପାତ୍ର, କର୍ପୋରେଟର୍‌ ଚନ୍ଦ୍ରଶେଖର ମଲ୍ଲିଆ ପ୍ରମୁଖ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର