କର୍ଣ୍ଣାଟକର ପାରମ୍ପରିକ ଗ୍ରାମୀଣ କ୍ରୀଡ଼ା କମ୍ବାଲା ବା ଚାଷ ଜମିରେ ମଇଁଷି ଦୌଡ଼କୁ ଆଇନଗତ ସ୍ୱୀକୃତ ମିଳିଛି। ଯାହା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗଙ୍କୁ ଆନନ୍ଦିତ କରିଛି। ସେହବାଗ ଟ୍ଵିଟରରେ ଏଥିନେଇ ନିଜ ଉତ୍ସାହ ପ୍ରକାଶ କରିବା ସହ ସମସ୍ତ ପ୍ରକାର ଭାରତୀୟ ଗ୍ରାମୀଣ କ୍ରୀଡ଼ାକୁ ସଂରକ୍ଷିତ କରାଯିବା ଉଚିତ ବୋଲି ମତ ରଖିଛନ୍ତିି। ଏଥିପାଇଁ ଯାହା ଦରକାର ସେସବୁ କରିବାକୁ ମଧ୍ୟ ସେହବାଗ ସରକାରଙ୍କୁ ଆହ୍ଵାନ କରିଛନ୍ତିି। ସେହବାଗଙ୍କ ଏହି ପଦକ୍ଷେପ କର୍ଣ୍ଣାଟକର ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବେଶ୍ ପସନ୍ଦ ଆସିଛି। ସେଥିପାଇଁ ସେମାନେ ଟ୍ଵିଟ୍ କରି ସେହବାଗଙ୍କୁ ଧନ୍ୟବାଦ ଦେଇଛନ୍ତି। ତା’ ସହ ମାଙ୍ଗାଲୋର ଆସି କମ୍ବାଲାର ମଜା ନେବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ କମ୍ବାଲାକୁ ବାସନ୍ଦ କରିବାକୁ ଅନେକ ସାମାଜିକ ସଂଗଠନ ଦାବି କରୁଥିଲା ବେଳେ କର୍ଣ୍ଣାଟକ ସରକାର ଏହାକୁ ଏକ ପାରମ୍ପରିକ ଖେଳ ଭାବେ ସ୍ୱୀକୃତି ଦେଇଥିଲେ। ବିଲ୍ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷର ପରେ କମ୍ବାଲାକୁ ଆଇନଗତ ସ୍ୱୀକୃତି ମଧ୍ୟ ମିଳି ଯାଇଛି।
କମ୍ବାଲାକୁ ପ୍ରଶଂସା, ମାଙ୍ଗାଲୋରକୁ ଆମନ୍ତ୍ରଣ
/sambad/media/post_attachments/wp-content/uploads/2018/02/2virender-sehwag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)