ଭୁବନେଶ୍ବର: କର୍ଣ୍ଣାଟକରେ ଏପ୍ରିଲ୍ ୨୪ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦ୍ବିତୀୟ ସଂସ୍କରଣ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଓଡ଼ିଶ ଜୁଡ଼ୋର ପରିଚିତ ବ୍ୟକ୍ତିତ୍ବ କନ୍ଦନ ମୁର୍ମୁ (ମନୋଜ) ବୈଷୟିକ ଅଧିକାରୀ ତଥା ରେଫରି ନିଯୁକ୍ତ ହୋଇଛନ୍ତି। ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଜୁଡ଼ୋ ପ୍ରତିଯୋଗିତା ଏପ୍ରିଲ୍ ୨୭ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଏହି ସମ୍ମାନଜନକ ପ୍ରତିଯୋଗିତା ପୂର୍ବରୁ ମନୋଜ ଏକାଧିକ ଜାତୀୟ, ପୁଲିସ୍ କ୍ରୀଡ଼ା, କେନ୍ଦ୍ରୀୟ ବିଦ୍ୟାଳୟ, ସିବିଏସ୍ଇ ଜାତୀୟ, ଜାତୀୟ ସ୍କୁଲ୍, ଅନ୍ତର୍ଜାତୀୟ ଚୟନ ପ୍ରକ୍ରିୟା, ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଆଦିରେ ଦାୟିତ୍ବ ତୁଲାଇ ପ୍ରଚୁର ଅଭିଜ୍ଞତା ରଖିଛନ୍ତି। ଜୁଡ଼ୋ ଖେଳାଳିରୁ ପ୍ରଶିକ୍ଷକ ବନିଥିବା ମନୋଜ ମଧ୍ୟ ରାଜ୍ୟ ସଂଘ ବୈଷୟିକ ସମ୍ପାଦକ ଓ ମୟୂରଭଞ୍ଜ ଜୁଡ଼ୋ ସଂଘର ସମ୍ପାଦକ ଅଛନ୍ତି। ସମ୍ପ୍ରତି ସେ କିଟ୍ ଓ କିସ୍ରେ ବରିଷ୍ଠ ଜୁଡ଼ୋ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ରାଜ୍ୟ ଜୁଡ଼ୋ ସଂଘ ସିଇଓ ଗୀତାଞ୍ଜଳି ପଣ୍ଡା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ଖେଲୋ ଇଣ୍ଡିଆ ପାଇଁ କନ୍ଦନ ଜୁଡ଼ୋ ରେଫରି ନିଯୁକ୍ତ
/sambad/media/post_attachments/wp-content/uploads/2022/04/65d4g65465dgagdaagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)