ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦଳର ସବୁଠାରୁ ସାହାସୀ ଖେଳାଳି ଅଧିନାୟକ ବିରାଟ କୋହଲି ବୋଲି ମଙ୍ଗଳବାର ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ କହିଛନ୍ତି।
ଆଗାମୀ ସିନେମା ‘ପଙ୍ଗା’ର ପ୍ରଚାର କରୁଥିବା ସମୟରେ କଙ୍ଗନା ଏକ ଟେଲିଭିଜନ୍ ସୋ’ରେ କହିଛନ୍ତି,‘ ମୁଁ ପଙ୍ଗା କୁଇନ୍ ହୋଇଥିବା ବେଳେ ଭାରତୀୟ ଦଳର ପଙ୍ଗା କିଙ୍ଗ ନିଶ୍ଚିତ ଭାବେ ବିରାଟ କୋହଲି ଅଟନ୍ତି। ସେ ଜଣେ ସାହାସୀ ଖେଳାଳି, ଖେଳ ସମୟରେ ପ୍ରତ୍ୟେକଟି ଚ୍ୟାଲେଞ୍ଜ ନେବାକୁ ସେ ପ୍ରସ୍ତୁତ ରହି ଥାଆନ୍ତି। ଚଳିତ ଥର ଆମେ ଦୁହେଁ ଗୋଟିଏ ଦିନରେ ‘ପଙ୍ଗା’ ନେବୁ। ମୁଁ ପ୍ରେକ୍ଷାଳୟରେ ନେଉଥିବା ବେଳେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନେଉଥିବେ। ଯାହା ଖୁବ୍ ମଜା ଲାଗିବ।’
/sambad/media/post_attachments/wp-content/uploads/2020/01/491135-kangna-ranaut111.jpg)
ନିକଟରେ କଙ୍ଗନା ‘ପଙ୍ଗା’ ସିନେମାର ପ୍ରଚାର ପାଇଁ ଦିଲ୍ଲୀ ଆସିଥିଲେ। ଏହି ସମୟରେ ଦୀପିକା ପାଦୁକୋନ୍ଙ୍କ ଜେଏନ୍ୟୁ ଯିବା କଥାକୁ ନେଇ ଆଲୋଚନା କରି କଙ୍ଗନା କହିଥିଲେ, ‘ଦୀପିକା ପାଦୁକୋନ୍ ଜେଏନ୍ୟୁ ଗଲେ, ଏହା ତାଙ୍କର ଅଧିକାର ଅଟେ। ନିଜର ପସନ୍ଦ ନାପସନ୍ଦ ବାଛିବା ଦୀପିକାଙ୍କ ଲୋକତାନ୍ତ୍ରିକ ଅଧିକାର। କିନ୍ତୁ ନିଜର ସେହି ପସନ୍ଦ ନାପସନ୍ଦ ଉପରେ ଟିପ୍ପଣୀ ଦେବା ଅନୁଚିତ। ଯାହା ବି ହୋଇଯାଉ ଗୋଟେ ଫିଲ୍ମର ପ୍ରମୋସନ ପାଇଁ ମୁଁ କେବେ ହେଲେ ଯାଇ ଦେଶକୁ ଭାଗ ଭାଗ କରିବାକୁ ଚାହୁଥିବା ଗ୍ୟାଙ୍ଗ ପଛରେ ଛିିଡ଼ା ହେବି ନାହିଁ। ଯେଉଁମାନେ ଦେଶର ଯବାନ ସହିଦ୍ ହେଲେ ଖୁସି ମନାଇଥାନ୍ତି ଓ ଦେଶକୁ ଭାଗ ଭାଗ କରିବାକୁ ଚାହାନ୍ତି, ସେମାନଙ୍କୁ ମୁଁ କୌଣସି ପରିସ୍ଥିତିରେ ସମର୍ଥନ କରିବି ନାହିଁ। ସେଥିପାଇଁ ମୁଁ କହି ପାରିବି କି, ମୁଁ କ’ଣ ଚାହେଁ। କିନ୍ତୁ ସେ କ’ଣ କରିବା ଉଚିତ, ତାହା ଉପରେ ମୋର ଟିପ୍ପଣୀ ଦେବାର କୌଣସି ଅଧିକାର ନାହିଁ ।’
/sambad/media/post_attachments/wp-content/uploads/2020/01/490681-kangan22.jpg)
ସିନେମା ‘ପଙ୍ଗା’ରେ ଜଣେ କବାଡି ଖେଳାଳିଙ୍କ ଜୀବନ ଉପରେ ଆଧାରିତ, ଯିଏକି ବିବାହ ପରେ ମା’ ହୋଇଛନ୍ତି। ମା’ ହେବା ପରେ ପୁଣି ଥରେ କବାଡ଼ି ଖେଳକୁ ଫେରିବାକୁ ଚାହୁଁଛନ୍ତି। ସିନେମା ‘ପଙ୍ଗା’ ଜାନୁଆରି ୨୪ ତାରିଖରେ ରିଲିଜ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଲାଣି।