ଭୁବନେଶ୍ୱର: ସଚିବାଳୟ ପଡ଼ିଆରେ ଚାଲିଥିବା ଏକାଦଶ ସେକ୍ରେଟାରିଏଟ୍ ପ୍ରିମିୟର ଲିଗ୍ (ଏସ୍ପିଏଲ୍) ଦିବାରାତ୍ର କ୍ରିକେଟ୍ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ରେ ଥଣ୍ଡର୍ସକୁ ୨୪ ରନ୍ରେ ହରାଇ କଙ୍କର୍ସ ଟ୍ରଫି କରାୟତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କଙ୍କର୍ସ ନିର୍ଧାରିତ ୧୦ ଓଭରରେ ରାକେଶ ପଣ୍ଡା (୧୧୨ ରନ୍)ଙ୍କ ଶତକ ବଳରେ ୨ ଓ୍ଵିକେଟ୍ ହରାଇ ୧୩୦ ରନ୍ କରିଥିଲା। ସ୍ୱର୍ଣ୍ଣେନ୍ଦୁ ମିଶ୍ର ଓ ପଦ୍ମ ରାଉତ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ଥଣ୍ଡର୍ସ ୪ ଓ୍ଵିକେଟ୍ ହରାଇ ୧୦୬ ରନ୍ କରିଥିଲା। ଦେବୀ ପ୍ରସାଦ ପତି ୫୧ ରନ୍ କରିଥିଲା ବେଳେ କଙ୍କର୍ସ ପକ୍ଷରୁ ସନ୍ଦୀପ ଘୋଷ ୨ ଓ୍ଵିକେଟ୍ ନେଇଥିଲେ। ରକେଶ ପଣ୍ଡା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ପୁରସ୍କାର ପାଇଥିଲେ। ମଳୟ ରଂଜନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ବୋଲର ପୁରସ୍କାର ମିଳିଥିଲା। ମାରୁତି ଆଚାର୍ଯ୍ୟ ଏବଂ ଲୁଲୁ ମହାପାତ୍ର ମ୍ୟାଚ୍ ପରିଚାଳନା କରିଥିଲା ବେଳେ ରାଧାଶ୍ୟାମ ମିଶ୍ର ସ୍କୋରର୍ ଥିଲେ। ଓଡ଼ିଶା କ୍ରିକେଟ୍ ଦଳର ଅଧିନାୟକ ଗୋବିନ୍ଦ ପୋଦ୍ଦାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ସଂଘର ସଭାପତି ସଂଗ୍ରାମ କେଶରୀ ମହାପାତ୍ର, ସାଧାରଣ ସମ୍ପାଦକ ତରୁଣ ଚନ୍ଦ୍ର ପାଲ, ଯୁଗ୍ମ ସମ୍ପାଦକ ସଂଜୀବ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ପ୍ରସାଦ ଭୂୟାଁ, ଉପସଭାପତି ହିମାଂଶୁ ଶେଖର ରାଉତ, ଯୁଗ୍ମ ସମ୍ପାଦକ ଶଶାଙ୍କ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ରତନ କୁମାର ଦାସ, ଅଶୋକ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।
କଙ୍କର୍ସ ଜିତିଲା ଏସ୍ପିଏଲ୍ ଟ୍ରଫି
/sambad/media/post_attachments/wp-content/uploads/2018/04/SPL-CHAMPION.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)