କାନପୁର ଟେଷ୍ଟ : ଭାରତକୁ ନ୍ୟୁଜିଲାଣ୍ଡର ଦୃଢ ଜବାବ, ୨ୟ ଦିବସ ଖେଳ ଶେଷସୁଦ୍ଧା ନ୍ୟୁଜିଲାଣ୍ଡ ୧୨୯/୦

କାନପୁର : କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ୨ୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ କୌଣସି ଓ୍ବିକେଟ୍ ନ ହରାଇ ୧୨୯ ରନ କରିଛି । ଓପନର ଟମ ଲିଥାମ୍ ୫୦ ରନ ଓ ଓ୍ବିଲ ୟଙ୍ଗ୍ ୭୫ ରନ କରି ଅପରାଜିତ ଅଛନ୍ତି । ଫଳରେ ନ୍ୟୁଜିଲାଣ୍ଡ ଏବେ ଭାରତଠାରୁ ୨୧୬ରନରେ ପଛୁଆ ରହିଛି ।

ଏହା ପୂର୍ବରୁ ଭାରତ ନିଜର ପ୍ରଥମ ଇନିଂସରେ ୩୪୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତୀୟ ଇନିଂସର ମୁଖ୍ୟାଂଶ ଥିଲା ଶ୍ରେୟସ ଆୟରଙ୍କ ଶତକ । ନିଜର ପ୍ରଥମ ମ୍ୟାଚରେ ହିଁ ସେ ୧୦୫ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ରବୀନ୍ଦ୍ର ଜାଦେଜା ଓ ଶୁଭମନ ଗିଲ ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି । ନିମ୍ନ କ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଆର.ଅଶ୍ବିନ ଲଢୁଆ ବ୍ୟାଟିଂ କରି ୩୮ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି ୫ଟି ଓ୍ବିକେଟ ନେଇଥିବା ବେଳେ ଜେମିସନ ୩ଟି ଓ୍ବିକେଟ ନେଇଥିଲେ ।

 

 

ସମ୍ବନ୍ଧିତ ଖବର