ନୂଆଦିଲ୍ଲୀ: ଆଜି କାନପୁରର ଗ୍ରିନ୍ ପାର୍କ ଷ୍ଟାଡିୟମ୍ରେ ଭାରତ ଏବଂ ନିଉଜିଲାଣ୍ଡ୍ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ ସକାଳ ସେସନ୍ରେ ଏଯାବତ୍ ୧୩.୨ ଖେଳି ୧ ୱିକେଟ୍ ବିନିମୟରେ ଭାରତ ୩୫ ରନ୍ ସଂଗ୍ରହ କରିଛି।
ଭାରତର ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପେନର୍ ଭାବେ ପଡ଼ିଆକୁ ଯାଇଥିଲେ ମୈନାକ୍ ଅଗ୍ରୱାଲ୍ ଏବଂ ଶୁବ୍ମନ୍ ଗିଲ୍। ନୂଆ ବଲ୍ରେ ମୈନାକଙ୍କୁ ବୋଲିଙ୍ଗ୍ କରିବାକୁ ଆସିଥିଲେ ନିଉଜିଲାଣ୍ଡ୍ର ଟିମ୍ ସାଉଥି। ୧୩ ରନ୍ କରି ଖେଳୁଥିବା ବେଳେ ନିଉଜିଲାଣ୍ଡ୍ର କାଇଲ୍ ଜେମିସନ୍ଙ୍କ ବଲ୍କୁ ଖେଳି ମୈନାକ୍ ବ୍ଲଣ୍ଡେଲ୍ଙ୍କଦ୍ବାରା କ୍ୟାଚ୍ଆଉଟ୍ ହୋଇଯାଇଥିଲେ। ମୈନାକଙ୍କ ସ୍ଥାନରେ ଏବେ ଖେଳୁଛନ୍ତି ୩ ନମ୍ବର ଖେଳାଳି ଚେତେଶ୍ବର ପୂଜାରା ଶୁବ୍ମନ୍ ୩୫ ବଲ୍ରେ ୧୬ ରନ୍ କରିଥିବା ବେଳେ ପୂଜାରା ୨୧ ବଲ୍ରେ ୫ ରନ୍ ସଂଗ୍ରହ କରିଛନ୍ତି।
/sambad/media/post_attachments/wp-content/uploads/2021/11/cric.jpg)
ଉଭୟ ଟିମ୍ ୩ଜଣ ଲେଖାଏଁ ‘ସ୍ପେସାଲିଷ୍ଟ୍ ସ୍ପିନର୍’ ସାମିଲ କରିଛନ୍ତି। ଭାରତରେ ଥିବା ୩ଜଣ ‘ସ୍ପେସାଲିଷ୍ଟ୍ ସ୍ପିନର୍’ଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ଖେଳୁଛନ୍ତି ଶ୍ରେୟସ୍ ଆୟର୍। ତାଙ୍କୁ ଭାରତର ଖ୍ୟାତନାମା ବ୍ୟାଟ୍ସ୍ମ୍ୟାନ୍ ସୁନୀଲ ଗାଭାସ୍କର୍ ଟିମ୍ ଇଣ୍ଡିଆ କ୍ୟାପ୍ ପ୍ରଦାନ କରିଛନ୍ତି।
ଆଜି ଭାରତୀୟ ଏକାଦଶରେ ଖେଳୁଛନ୍ତି- ଶୁବ୍ମନ୍ ଗିଲ୍, ମୈନାକ ଅଗ୍ରୱାଲ୍, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଶେୟସ ଆୟର୍, ଋଦ୍ଧିମାନ ଶ’ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ବିନ, ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବ।
ସେହିପରି, ନିଉଜିଲାଣ୍ଡ୍ ଏକାଦଶରେ ଖେଳୁଛନ୍ତି, ଟମ୍ ଲାଥମ୍, ୱିଲ୍ ୟଙ୍ଗ୍, କେନ୍ ୱିଲିୟମ୍ସନ୍ (ଅଧିନାୟକ), ରସ୍ ଟେଲର୍, ହେନ୍ରି ନିକଲସ୍, ଟମ୍ ବ୍ଲଣ୍ଡେଲ୍ (ୱିକେଟ୍ରକ୍ଷକ), ରଚିନ ରବୀନ୍ଦ୍ର, ଟିମ୍ ସାଉଥି, ଅଜାଜ୍ ପଟେଲ୍, କାଇଲ୍ ଜେମିସନ୍ ଏବଂ ୱିଲିୟମ୍ ସୋମେର୍ଭାଇଲ୍।